Spread the love

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୨୩୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୬୧ ଜଣ ଭଲ ହୋଇଥିବା ବେଳେ ଗଞ୍ଜାମରୁ ୧୮୨ ଜଣ, ରାୟଗଡାରୁ ୮୩ ଜଣ, କନ୍ଧମାଳରୁ ୭୪ ଜଣ ଏବଂ ମାଲକାନାଗିରିରୁ ୫୧ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ଅନୁଗୁଳରୁ ୩୯ ଜଣ, କୋରାପୁଟରୁ ୩୬ ଜଣ, ବାଲେଶ୍ୱରରୁ ୩୫ ଜଣ, ବରଗଡରୁ ୩୪ ଜଣ, ଜଗତସିଂହପୁରରୁ ୩୨ ଜଣ, ସୁନ୍ଦରଗଡରୁ ୩୨ ଜଣ, ଭଦ୍ରକରୁ ୩୧ ଜଣ, ଯାଜପୁରରୁ ୨୯ ଜଣ, ଗଜପତିରୁ ୨୮ ଜଣ, ମୟୁରଭଞ୍ଜରୁ ୨୩ ଜଣ, ନବରଂଗପୁରରୁ ୧୫ ଜଣ, ପୁରୀରୁ ୧୪ ଜଣ, ଜଣ, କେନ୍ଦ୍ରାପଡାରୁ ୧୦ ଜଣ, ବୌଦ୍ଧରୁ ୯ ଜଣ, ଝାରସୁଗୁଡାରୁ ୮ ଜଣ, ନୟାଗଡରୁ ୬ ଜଣ, କଟକରୁ ୩ ଜଣ, ଏବଂ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରୋଗୀ ଭଲ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ତଥ୍ୟ ପ୍ରକାଶପାଇଛି । ସୂଚନାଯୋଗେ ରାଜ୍ୟରେ ଏଯାବତ ମୋଟ ୩୩୦୨୦ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here