Spread the love

ଭୁବନେଶ୍ୱର: ଆଜି ରାଜ୍ୟରେ ମୋଟ ୧୫୦୩ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୩୨ଜଣ ଥିବା ବେଳେ କଟକରୁ ୧୩୧, ରାୟଗଡ଼ା ରୁ ୧୧୨, ସୁନ୍ଦରଗଡ଼ରୁ ୧୧୧ ,ବାଲେଶ୍ଵରରୁ ୧୦୧ ,ଖୋର୍ଦ୍ଧା ଜିଲ୍ଲାରୁ ୯୯ ଜଣ, ଢେଙ୍କାନାଳରୁ ୬୩ ଜଣ, ମୟୁରଭଞ୍ଜରୁ ୫୧ ଜଣ, ଗଜପତିରୁ ୪୯ ଜଣ, କୋରାପୁଟରୁ ୪୯ ଜଣ, ମାଲକାନାଗିରିରୁ ୪୨ ଜଣ, ଭଦ୍ରକରୁ ୩୮ ଜଣ, ଜଗତସିଂହପୁରରୁ ୩୮ ଜଣ, କନ୍ଧମାଳରୁ ୩୭ ଜଣ, ବଲାଙ୍ଗିରରୁ ୩୬ ଜଣ, ଯାଜପୁରରୁ ୩୬ ଜଣ, ସମ୍ବଲପୁରରୁ ୩୫ ଜଣ, ନୟାଗଡରୁ ୩୪ ଜଣ, କଳାହାଣ୍ଡିରୁ ୩୧ ଜଣ, ନବରଂଗପୁରରୁ ୩୧ ଜଣ, ନୁଆପଡାରୁ ୩୧ ଜଣ, ସୋନପୁରରୁ ୩୦ ଜଣ, କେନ୍ଦୁଝରରୁ ୨୦ ଜଣ, ଅନୁଗୁଳରୁ ୧୮ ଜଣ, ବରଗଡରୁ ୧୫ ଜଣ, ଝାରସୁଗୁଡାରୁ ୧୪ ଜଣ, କେନ୍ଦ୍ରାପଡାରୁ ୧୪ ଜଣ, ଦେବଗଡରୁ ୪ ଜଣ ଏବଂ ପୁରୀରୁ ଜଣେ ଲେଖାଏଁ ରୋଗୀ ଭଲ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ତଥ୍ୟ ପ୍ରକାଶପାଇଛି । ସୂଚନାଯୋଗେ ରାଜ୍ୟରେ ଏଯାବତ ମୋଟ ୪୩୭୭୯ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here