Spread the love

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୭୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ ଭଲ ହୋଇଥିବା ବେଳେ ଗଞ୍ଜାମରୁ ୨୧୬ ଜଣ, କଟକରୁ ୧୪୭ ଜଣ, ସମ୍ବଲପୁରରୁ ୧୨୫ ଜଣ ଓ କନ୍ଧମାଳରୁ ୯୨ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ଯାଜପୁରରୁ ୮୭ ଜଣ, ମୟୁରଭଞ୍ଜରୁ ୮୦ ଜଣ, ରାୟଗଡାରୁ ୭୭ ଜଣ, ପୁରୀରୁ ୭୪ ଜଣ, ମାଲକାନାଗିରିରୁ ୭୨ ଜଣ, କୋରାପୁଟରୁ ୬୯ ଜଣ, ସୁନ୍ଦରଗଡରୁ ୬୮ ଜଣ, ବାଲେଶ୍ୱରରୁ ୫୮ ଜଣ, ନୟାଗଡରୁ ୫୧ ଜଣ, କଳାହାଣ୍ଡିରୁ ୩୮ ଜଣ, କେନ୍ଦୁଝରରୁ ୩୮ ଜଣ, ବରଗଡରୁ୩୨୭ ଜଣ, ଗଜପତିରୁ ୩୦ ଜଣ, ବଲାଙ୍ଗିରରୁ ୨୬ ଜଣ, ଭଦ୍ରକରୁ ୨୫ ଜଣ, ନବରଂଗପୁରରୁ ୨୩ ଜଣ, କେନ୍ଦ୍ରାପଡାରୁ ୨୨ ଜଣ, ଢେଙ୍କାନାଳରୁ ୨୦ ଜଣ, ଝାରସୁଗୁଡାରୁ ୧୯ ଜଣ, ଜଗତସିଂହପୁରରୁ ୧୫ ଜଣ, ଅନୁଗୁଳରୁ ୭ ଜଣ ଏବଂ ନୁଆପଡା ଓ ସୋନପୁରରୁ ୪ ଜଣ ଲେଖାଏଁ ରୋଗୀ ତା. ୨୨.୦୮.୨୦୨୦ରିଖ (ଶନିବାର) ଦିନ ଭଲ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ତଥ୍ୟ ପ୍ରକାଶପାଇଛି । ସୂଚନାଯୋଗେ ରାଜ୍ୟରେ ଏଯାବତ ମୋଟ ୫୨୨୭୬ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here