Spread the love

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୫୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୩୫ ଜଣ ଭଲ ହୋଇଥିବା ବେଳେ ଗଞ୍ଜାମରୁ ୨୭୭ ଜଣ, କଟକରୁ ୨୨୫ ଜଣ, ପୁରୀରୁ ୨୧୮ ଜଣ, କୋରପୁଟରୁ ୧୮୨ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ଯାଜପୁରରୁ ୧୩୫ ଜଣ, ମୟୁରଭଞ୍ଜରୁ ୧୧୯ ଜଣ, ବାଲେଶ୍ୱରରୁ ୧୦୧ ଜଣ, ଗଜପତିରୁ ୮୯ ଜଣ, ମାଲକାନାଗିରିରୁ ୭୫ ଜଣ, ସୁନ୍ଦରଗଡରୁ ୭୨ ଜଣ, ସମ୍ବଲପୁରରୁ ୬୪ ଜଣ, ବଲାଙ୍ଗିରରୁ ୫୧ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୪୭ ଜଣ, ଭଦ୍ରକରୁ ୪୩ ଜଣ, ଝାରସୁଗୁଡାରୁ ୪୨ ଜଣ, ସୋନପୁରରୁ ୩୮ ଜଣ, ବରଗଡରୁ ୩୬ ଜଣ, ନୟାଗଡରୁ ୩୩ ଜଣ, ବୌଦ୍ଧରୁ ୩୧ ଜଣ, ଢେଙ୍କାନାଳରୁ ୩୦ ଜଣ, କେନ୍ଦୁଝରରୁ ୩୦ ଜଣ, କେନ୍ଦ୍ରାପଡାରୁ ୨୫ ଜଣ, ରାୟଗଡାରୁ ୨୫ ଜଣ, ଜଗତସିଂହପୁରରୁ ୧୭ ଜଣ, ନବରଂଗପୁରରୁ ୧୧ ଜଣ, ଅନୁଗୁଳରୁ ୫ଜଣ, ଦେବଗଡୁ ଓ ନୁଆପଡାରୁ ପ୍ରତ୍ୟେକ ୩ ଜଣ ଲେଖାଏଁ ରୋଗୀ ତା. ୨୭.୦୮.୨୦୨୦ରିଖ (ଗୁରୁବାର) ଦିନ ଭଲ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ତଥ୍ୟ ପ୍ରକାଶପାଇଛି । ସୂଚନାଯୋଗେ ରାଜ୍ୟରେ ଏଯାବତ ମୋଟ ୬୫୩୨୩ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here