Spread the love

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ମଧ୍ୟ ସୁସ୍ଥ ସଂଖ୍ୟାରେ ଆଶାତିତ ବୃଦ୍ଧି ଘଟିଛି । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ମୋଟ ୨୫୧୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୨୮ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ବାଲେଶ୍ୱରରୁ ୨୭୬ଜଣ, ଗଞ୍ଜାମରୁ ୨୩୭ଜଣ, କଟକରୁ ୧୫୨ଜଣ, ରାୟଗଡ଼ାରୁ ୧୪୪ଜଣ, ଭଦ୍ରକରୁ ୧୪୦ଜଣ ,ସୁନ୍ଦରଗଡ଼ରୁ ୧୩୮ଜଣ, କୋରାପୁଟରୁ ୯୮ଜଣ, ପୁରୀରୁ ୯୭ଜଣ, ନୟାଗଡ଼ରୁ ୯୬ଜଣ, ବଲାଙ୍ଗିରିରୁ ୮୫ଜଣ, ଢେ଼ଙ୍କାନାଳରୁ ୬୧ଜଣ, କନ୍ଧମାଳରୁ ୬୦ଜଣ, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮ଜଣ, ମୟୁରଭଞ୍ଜରୁ ୫୪ଜଣ, ବରଗଡ଼ରୁ ୫୩ଜଣ, ଜଗତସିଂହପୁରରୁ ୫୩ଜଣ, ମାଲକାନାଗିରିରୁ ୫୨ଜଣ, ଗଜପତିରୁ ୪୨ଜଣ , ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଦେଓଗଡ଼ରୁ ୧୯, କେନ୍ଦୁଝରରୁ ୧୯, ଝାରସୁଗୁଡ଼ାରୁ ୧୮, ଅନୁଗୁଳରୁ ୩ଜଣ ଓ ବୈାଧରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଓଡ଼ିଶାରେ ମୋଟ ୫୬୯୨୪ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here