Spread the love

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୬୮୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଟକରୁ ସର୍ବାଧିକ ୯୧ ଜଣ ଭଲ ହୋଇଥିବା ବେଳେ କୋରପୁଟରୁ ୬୬ ଜଣ, ଖୋର୍ଦ୍ଧାରୁ ୬୧ ଜଣ, ରାୟଗଡାରୁ ୫୭ ଜଣ ଏବଂ ଗଞ୍ଜାମରୁ ୪୩ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୩୨ ଜଣ, ନୟାଗଡରୁ ୩୦ ଜଣ, ସୋନପୁରରୁ ୨୫ ଜଣ, କନ୍ଧମାଳରୁ ୨୦ ଜଣ, ଢେଙ୍କାନାଳରୁ ୧୮ ଜଣ, କେନ୍ଦୁଝରରୁ ୧୮ ଜଣ, ଭଦ୍ରକରୁ ୧୬ ଜଣ, ସମ୍ବଲପୁରରୁ ୧୫ ଜଣ, ଜଗତସିଂହପୁରରୁ ୧୪ ଜଣ, ଯାଜପୁରରୁ ୧୪ ଜଣ, ଦେବଗଡରୁ ୧୩ ଜଣ, ମୟୁରଭଞ୍ଜ ଓ ପୁରୀରୁ ପ୍ରତ୍ୟେକ ୧୦ ଜଣ, ଝାରସୁଗୁଡା ଓ କଳାହାଣ୍ଡିରୁ ପ୍ରତ୍ୟେକ ୭ ଜଣ, ବଲାଙ୍ଗୀରରୁ ୬ ଜଣ, ଅନୁଗୁଳ-ବାଲେଶ୍ୱର-ମାଲକାନାଗିରି ରୁ ପ୍ରତ୍ୟେକ ୫ ଜଣ, କେନ୍ଦ୍ରାପଡାରୁ ୪ ଜଣ ଓ ବୌଦ୍ଧରୁ ଜଣେ ଲେଖାଏଁ ରୋଗୀ ଭଲ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ତଥ୍ୟ ପ୍ରକାଶପାଇଛି । ସୂଚନାଯୋଗେ ରାଜ୍ୟରେ ଏଯାବତ ମୋଟ ୨୧୯୫୪ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here