Spread the love

ଭୁବନେଶ୍ୱର:
ରାଜ୍ୟରେ ଆଜି ଆଉ ୭୫୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୬୨ ଜଣ ଭଲ ହୋଇଥିବା ବେଳେ ଗଞ୍ଜାମରୁ ୧୩୯ ଜଣ, କଟକରୁ ୭୮ ଜଣ, ସୁନ୍ଦରଗଡରୁ ୫୮ ଜଣ ଏବଂ ଗଜପତିରୁ ୪୯ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ଭଦ୍ରକରୁ ୩୩ ଜଣ, କେନ୍ଦୁଝରରୁ ୩୧ ଜଣ, ପୁରୀରୁ ୨୮ ଜଣ, କୋରାପୁଟରୁ ୧୮ ଜଣ, ମାଲକାନାଗିରିରୁ ୧୬ ଜଣ, ନବରଙ୍ଗପୁରରୁ ୧୩ ଜଣ, କନ୍ଧମାଳରୁ ୧୦ ଜଣ, ସମ୍ବଲପୁରରୁ ୧୦ ଜଣ, ଯାଜପୁରରୁ ୮ ଜଣ, ବରଗଡରୁ ୭ ଜଣ, ଢେଙ୍କାନାଳ ଓ ଝାରସୁଗୁଡାରୁ ପ୍ରତ୍ୟେକ ୬ ଜଣ, ବଲାଙ୍ଗିର ଓ କଳାହାଣ୍ଡିରୁ ପ୍ରତ୍ୟେକ ୨ ଜଣ ଏବଂ ଅନୁଗୁଳରୁ ଜଣେ ଲେଖାଏଁ ରୋଗୀ ଭଲ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ତଥ୍ୟ ପ୍ରକାଶପାଇଛି । ସୂଚନାଯୋଗେ ରାଜ୍ୟରେ ଏଯାବତ ମୋଟ ୨୧୨୭୩ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here