Spread the love

ନୂଆଦିଲ୍ଲୀ: ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପାମ୍ପଡ଼ ଖାଇବା ଦ୍ୱାରା ଶରୀରରେ କରୋନା ପ୍ରତିଷେଧକ ଶକ୍ତି ବୃଦ୍ଧି ପାଉଛି ବୋଲି ଜୁଲାଇରେ କହିଥିବା ଭାରୀ ଶିଳ୍ପ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ କୋଭିଡ଼-୧୯ର ଲକ୍ଷଣ ଦେଖାଯିବା ପରେ ତାଙ୍କର ଦୁଇଥର ପରୀକ୍ଷା କରାଯାଇଥିଲା ଓ ଦ୍ୱିତୀୟ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ଓ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here