Spread the love

କଟକ: କଟକରେ କରୋନା ବ୍ୟାପିବାର ଆଉ ଏକ କାରଣ ହେଉଛି ଓଷା ।ଏବେ ପ୍ରତି ସାହିରେ ଖୁଦୁରୁକୁଣୀ ଓ ବୁଧେଇ ଓଷା ଚାଲିଛି। ଗୋଟେ ସାହି ରୁ ଲୋକେ ଅନ୍ୟ ସାହିକୁ ଯାଇ ପୂଜା ଓଷା,ବ୍ରତ କରୁଥିବା ଦେଖିବାକୁ ମିଳିଛି । ଏହା ସ୍ଥାନୀୟ ସଂକ୍ରମଣ ବ୍ୟାପିବାର ଆଉ ଏକ ବଡ଼ କାରଣ ନୁହେଁ ତ । ଅନ୍ୟପଟେ ପ୍ରଶାସନ କେବଳ ଗଣେଷ ପୂଜା, ଦଶହରା ଇତ୍ୟାଦି ବଡ଼ବଡ଼ ପୂଜାକୁ ବାରଣ କରୁଥିବା ବେଳେ ଏଭଳି ଛୋଟ ଛୋଟ ପୂଜା ବର୍ତ୍ତମାନ ସ୍ଥିତି ପାଇଁ ବେଶୀ ମାରାତ୍ମକ ହୋଇପଡିଛି ।ସେପଟେ ଘରେ ଘରେ ୫ରୁ ଅଧିକ ଝିଅ ଖୁଦୁରୁକୁଣୀ ଓଷା ପାଇଁ ଏକାଠି ହେଉଥିବା ବେଳେ ବୁଧେଇ ଓଷା ପାଇଁ ଘରେ ଘରେ ୧୦ରୁ ଅଧିକା ମହିଳା ଏକାଠି ହୋଇ ବ୍ରତ କରୁଛନ୍ତି। ତେବେ ଏହା କଣ ଏ ମହାମାରୀ ସମୟରେ ନିହାତି ଆବଶ୍ୟକ ।ଦେଶରେ ଯଦି କରୋନା କଥା କହିବା ତେବେ ଓଡ଼ିଶା ମଧ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ସ୍ଥାନରେ ରହିଛି । ହେଲେ କେତେ ଲୋକ ଏହାକୁ ନେଇ ଚିନ୍ତାରେ ଅଛନ୍ତି ତାହା ବି ଏବେ ବଡ଼ ପ୍ରଶ୍ନ ପାଲଟିଛି । କୁହାଯାଏ , ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ ହୁଏ। କିନ୍ତୁ ମହାମାରୀ କରୋନା କୁ ଆଖିରେ ଆଗରେ ରଖି ପ୍ରଶାସନ ଏବେ ସମସ୍ତ ନିୟମକୁ କଡାକଡି କରିଦେଇଛି । ହେଲେ ବାସ୍ତବିକ ଚିତ୍ର କିଛି ଅଲଗା। ଓଡ଼ିଆ ଘରର ଲୋକେ ଭୋକରେ ଦିନ କାଟି ଦେବେ ସତ ହେଲେ ଘରେ ପୂଜା ପର୍ବ କୁ ଅଣଦେଖା କରିପାରିବେ ନାହିଁ ।ଘରେ ଘରେ ବର୍ତ୍ତମାନ ଠିକ୍ ସେଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରତେକ ଦିନ ପ୍ରଶାସନ ଓ ସରକାର ସାମାଜିକ ଦୂରତ୍ବ ଓ ନିୟମ ମାନିବା ପାଇଁ ନାରା ଗାଉଥିବା ବେଳେ ଲୋକ କିନ୍ତୁ ଏହାକୁ ଫୁ କରି ଉଡେଇ ଦେଉଛନ୍ତି। ସମ୍ପୂର୍ଣ ରେ କହିବାକୁ ଗଲେ ଏବେ ଖୁଦୁରୁକୁଣୀ ଓଷା ଓ ବୁଧବାର ରେ ବୁଧେଇ ଓଷା ପଡୁଥିବା ବେଳେ ଲୋକ ନିଜ ଇଛା ରେ ନିୟମ ଉଲଂଘନ କରି ବ୍ରତ ପାଳନ କରୁଛନ୍ତି। ଅନ୍ୟପଟେ ମହାମାରୀ କରୋନା ଏବେ ଦେଶ କାହିଁକି ସମଗ୍ର ବିଶ୍ଵର ଚିନ୍ତାର କାରଣ ପାଲଟିଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏହି ରୋଗକୁ ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆ ଯାଉଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଲୋକ ମଧ୍ୟ ଏହାକୁ ନେଇ ସଚେତନ ଅଛନ୍ତି । କିନ୍ତୁ ୧୦୦ରୁ ୯୦ ଭାଗ ଲୋକ ସଚେତନ ରହିବା ସତ୍ବେ ବାକି ରହିଯାଇଥିବା ୧୦ ପ୍ରତିଶତ ଲୋକଙ୍କ ପାଇଁ ନା ନା ସମସ୍ୟା ଦେଖା ଦେଉଛି । ତେବେ କେବଳ ରାସ୍ତା ଘାଟ , ଛକ୍ ବଜାର କାହିଁକି ନିଜ ଘରେ କେତେ ଦୂର ସାମାଜିକ ଦୂରତ୍ବ ପାଳନ କରୁଛେ ସେଟା ସବୁଠାରୁ ବଡ଼ କଥା । କିନ୍ତୁ ଲୋକ ଓଷା ପାଇଁ ଏହାକୁ ଗୁରୁତ୍ବ ଦେଉନାହାନ୍ତି ।

LEAVE A REPLY

Please enter your comment!
Please enter your name here