Spread the love

ଭୁବନେଶ୍ୱର: ଭୁବନେଶ୍ୱରରେ ଶତକଡ଼ା ୧.୪ ପ୍ରତିଶତ ଲୋକ ନିଜ ଅଜାଣତରେ କରୋନାରେ ସଂକ୍ରମିତ ହୋଇ ଆପେ ଆପେ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏହି ଲୋକଙ୍କ ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତି ବା ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେରୁ ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟ ସର୍ଭେରେ ଉଭୟ ଗୋଷ୍ଠୀ ଓ ହାଇ ରିସ୍କ ଗ୍ରୁପର ଲୋକଙ୍କୁ ଏହି ସର୍ଭେ ସାମିଲ କରାଯାଇଥିଲା । ଉଭୟ ସର୍ଭେରେ ସମାନ ରିପୋର୍ଟ ମିଳିଛି । ପ୍ରଥମେ ଭୁବନେଶ୍ୱର ଓ ପୁରୀରେ ଏହି ସର୍ଭେ କରାଯାଇଥିଲା ବେଳେ ଆଜିଠାରୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚରେ ସର୍ଭେ ଆରମ୍ଭ କରାଯାଇଛି । କଟକର ବଡ଼ମ୍ବା ଓ ନରସିଂହପୁରରେ ୬ ତାରିଖରୁ ସେରୋ ସର୍ଭେ କରାଯିବ । ରାଜ୍ୟରେ ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ କରାଯିବ ବୋଲି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here