Spread the love

ଭୁବନେଶ୍ୱର: ଅନୁଭବଙ୍କ ଗଣେଷ ପୂଜା ଭିଡିଓ ପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବଙ୍କ ସହ ବିବାଦକୁ ନେଇ ସୋସିଆଲ ମିଡିଆରେ ସେ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ,ଏହା ମୋର ଶାଶୁଘର, ଏଠାକୁ ବାହା ହୋଇ ଆସିଛି। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏଠାରେ ରହିବାର ଅଧିକାର ମୋର ଅଛି । ମୁଁ ମିଡିଆ ଆଗରେ ଘରର ଗୁମର କଥା ପଦାରେ ପକାଇବାକୁ ଚାହୁଁନଥିଲି। ମୋ ଦୁଇ ପରିବାରର ମର୍ଯ୍ୟାଦା ଓ ସ୍ୱାମୀ ଙ୍କ ସମ୍ମାନ ପାଇଁ ଚୁପ୍ ରହିଥିଲି।ଅନୁଭବଙ୍କ ଭଲ ପାଇବାକୁ ନେଇ ସେ କହିଛନ୍ତି, ଯଦି ମୋତେ ଭଲ ପାଉଛନ୍ତି ତାହା ହେଲେ ୨ଟି ନମ୍ବରକୁ ବ୍ଲକ୍ କରିଛନ୍ତି କାହିଁକି। ମୋ ଜନ୍ମଦିନରେ ମୋତେ ଶୁଭେଚ୍ଛା କାହିଁକି ଜଣାଇ ନାହାନ୍ତି ବୋଲି ମଧ୍ୟ ବର୍ଷା ପ୍ରଶ୍ନ ଉଠାଇଛନ୍ତି।ମୁଁ ଅନୁଭବଙ୍କୁ ବାହା ହେଇଛି। ବାହାଘର ଓ ମଥାର ସିନ୍ଦୂର ମୋ ପାଇଁ ଖେଳଘର ନୁହେଁ।ମୁଁ ସାରା ଜୀବନ ତାଙ୍କ ସ୍ତ୍ରୀ ହୋଇ ରହିବାକୁ ଚାହେଁ । ତାଙ୍କୁ ସୁଧାରିବାକୁ ଚାହେଁ ।

LEAVE A REPLY

Please enter your comment!
Please enter your name here