Spread the love

କଟକ : ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ ତାଙ୍କୁ ଶାରିରୀକ ସୁଖ ଦେଉ ନଥିଲେ । ସବୁବେବେ ସେ ସ୍ୱାମୀଙ୍କ ଏପରି ନିବେଦନକୁ ଏଡାଇ ଯାଉଥିଲେ । ବିବାହର ୩ମାସ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ବୈବାହିକ ସଂପର୍କ ସୃଷ୍ଟି ହୋଇ ନଥିଲା । ବର୍ଷା ଶାଶୁ ଘର ଛାଡ଼ି ସର୍ବଦା ବାପଘରେ ରହିବାକୁ ଯିଦି ଧରୁଥିଲେ । ଏପରିକି ସେ ଶାଶୁଘର ଲୋକଙ୍କୁ ସର୍ବଦା ଉପେକ୍ଷା କରୁଥିବା ଦର୍ଶାଇ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଦିଲ୍ଲୀର ପଟିୟାଲା କୋର୍ଟରେ ବର୍ଷାଙ୍କୁ ଛାତପତ୍ର ଦେବାକୁ ଆବେଦନ କରିଛନ୍ତି । ବର୍ଷା କଟକରେ କରିଥିବା ଛାଡପତ୍ର ନିବେଦନ ପୂର୍ବରୁ ଅନୁଭବ ଏଭଳି ଆବେଦନ କରିଥିବା ତାଙ୍କ ଓକିଲ ଅଶ୍ୱିନୀ ଦୁବେ କହିଛନ୍ତି । ଅନୁଭବ ଏହି ମାମଲା ଗତ ଜୁଲାଇ ୧୮ ତାରିଖରେ କରିଥିବା ବେଳେ ଏହାର ଶୁଣାଣୀ ଆସନ୍ତା ଅକ୍ଟୋବର ୫ ତାରିଖକୁ ଧାର୍ଯ୍ୟ ହୋଇଛି । ତେବେ ଉଭୟଙ୍କ ମଧ୍ୟରେ ବିବାହର ଏତେ ଦିନ ପରେ ସଂପର୍କ ମଧ୍ୟରେ ଥିବା ଫାଟ ପଦାକୁ ଆସିଥିଲେ ସୁଦ୍ଧା ଏନେଇ ୩ ବର୍ଷ ତଳୁ ଚର୍ଚ୍ଚା ଯୋର ଧରିଥିଲା । ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ବିବାହ ପରେ ବର୍ଷା ମାଆ ହେବାକୁ ରାଜି ହୋଇନଥିବା ଅନୁଭବ ନିଜ ଛାଡ଼ପତ୍ର ଆବେଦନରେ ଦର୍ଶାଇଛନ୍ତି । ତେବେ ବର୍ଷା କିନ୍ତୁ ଏଭଳି କଥାକୁ ଅସ୍ୱୀକାର କରିଛନ୍ତି । ମଦ୍ୟପ ଅନୁଭବ ଅନ୍ୟ ଝିଅମାନଙ୍କ ସହ ସଂପର୍କ ରଖିଥିବା ବେଳେ ମାଆ ହେବାକୁ ବର୍ଷାଙ୍କୁ ସୁଯୋଗ ଦେଉନଥିଲେ ବୋଲି ପାଲଟା ବର୍ଷା ଅଭିଯୋଗ କରିଛନ୍ତି । ଏପରିକି ସେ ଅନୁଭବଙ୍କ ହୋମ ପ୍ରଡକ୍ସନରେ ଅଭିନୟ କରିଥିଲେ ମଧ୍ୟ ଟଙ୍କା ଟିଏ ତାଙ୍କୁ ଅନୁଭବ ଦେଇନଥିଲେ । ଅନୁଭବଙ୍କର ଦୁଇଟି ରୂପ ରହିଛି । ଗୋଟିଏ ସାଧାରଣରେ ଓ ଅନ୍ୟଟି ବାସ୍ତବ ରୂପ । ଯେଉଁଟି ଅତ୍ୟନ୍ତ ଘୃନ୍ୟ ବୋଲି ବର୍ଷା ଦର୍ଶାଇଛନ୍ତି । ତେବେ ଏହି ଘଟଣା ଏବେ ଭିନ୍ନ ରୂପ ନେଉଥିବା ବେଳେ ମଦ ଓ ଝିଅଙ୍କ ନିଶାରେ ମତୁଆଲା ଅନୁଭବଙ୍କୁ ବିଜେଡ଼ି କେତେଦୂର ବରଦାସ୍ତ କରିବ ତାହା ଦେଖିବା ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here