Spread the love

ଭୁବନେଶ୍ୱର : ଗତ କିଛି ବର୍ଷ ଧରି ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ମଧ୍ୟରେ ମାନ ମତାନ୍ତର ଦେଖାଦେଇଥିଲା । ବହୁବାର ବର୍ଷାଙ୍କୁ ନିର୍ଯ୍ୟାତନାର ଶିକାର ହେଇଥିଲା ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି କ୍ରମଶଃ ବିବାହ ବିଛେଦ ଆଡ଼କୁ ମୁହାଁଇଛି । ଯାହାଫଳରେ ବର୍ଷା ପ୍ରିୟଦର୍ଶିନୀ ନିଜର ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଧମା ଦାୟର କରିଛନ୍ତି । ବର୍ଷାଙ୍କ ଅଭିଯୋଗଯେ, ତାଙ୍କ ଉପସ୍ଥିତିରେ ଅନୁଭବ ନିଜର ମଦ୍ୟପ ବନ୍ଧୁମାନଙ୍କ ସହ ମିଶି ନିଜ ବେଡ଼ ରୁମରେ ମଦ୍ୟପାନ କରନ୍ତି ଏବଂ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବି ଦେଇଥା’ନ୍ତି । ଏହାର ବିରୋଧ କରିବାରୁ ତାଙ୍କୁ ଧକ୍କା ମାରି ନିଜ ଘରୁ ବାହାର କରିଦେଇଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଖାଲି ସେତିକିନୁହେଁ, ସିନେମା ଜଗତର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ନିର୍ଯ୍ୟାତନା ଅସହ୍ୟ ହେବାରୁ ବର୍ଷା ଅନୁଭବଙ୍କ ବିରୋଧରେ କୋର୍ଟଙ୍କ ଆଶ୍ରୟ ନେଇ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜ ଅଭିଯୋଗ ପତ୍ରରେ ବର୍ଷା ଏ ବାବଦରେ ଦର୍ଶାଇଛନ୍ତି ଏବଂ ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ନିମନ୍ତେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ସେ ଅଗଷ୍ଟ ମାସ ୭ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ମାମଲାଟିର ଶୁଣାଣି ଆଉ ଦୁଇ ଦିନପରେ ଅର୍ଥାତ୍ ସେପ୍ଟେମ୍ବର ୭ ତାରିଖରେ କରାଇବାକୁ କୋର୍ଟ ଜଣାଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ବର୍ଷା କିମ୍ବା ତାଙ୍କ ଓକିଲ ଆର.କେ ରଥ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନାହାନ୍ତି। ଅନ୍ୟପଟେ ଅନୁଭବଙ୍କ ପାଖକୁ ଏଯାଏଁ କୌଣସି ନୋଟିସ୍ ଆସିନି ଏବଂ ଆସିଲେ ସେ ଜଣାଇବେ ବୋଲି କହିଛନ୍ତି।ମକଦ୍ଧମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here