Spread the love

କଟକ
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାସଂଦ ତଥା ତାଙ୍କର ବାଳୁଙ୍ଗା ପତ୍ନୀଙ୍କ ମଧ୍ୟରେ ଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ସମ୍ବନ୍ଧରେ ବାଳୁଙ୍ଗା ସାସଂଦ ଅନୁଭବ ମହାନ୍ତି ନୂଆ ଟ୍ୱିଟ କରିଛନ୍ତି । ସେ ଗତକାଲି ବିଳମ୍ବିତ ରାତିରେ ଟ୍ୱିଟ କରି ଲେଖିଛନ୍ତି ଯେ ମାନବାଧିକାର କର୍ମୀଙ୍କ ଉପରେ ବିଶ୍ୱାସ କରିବି ନା ବାପାମାଆଙ୍କ ଉପରେ । ମୁଁ ଏହାର ସଠିକ ଉତ୍ତର ଜାଣେ ତଥାପି ଆପଣଙ୍କ ୁ ସହାୟତା ପାଇଁ ନିବେଦନ କରୁଛି । ସୂଚନାଯୋଗ୍ୟ ଉଭୟ ଷ୍ଟାର ଦମ୍ପତ୍ତିଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ଉଦମ୍ୟ କରିଛନ୍ତି ମାନବାଧିକାର କର୍ମୀ । ଏ ନେଇ ଗତ କାଲି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନର ୫ ସଦସ୍ୟ ତାଙ୍କ ଘରକୁ ଯାଇ ବର୍ଷା ଏବଂ ଅନୁଭବଙ୍କ ସହ ପ୍ରାୟ ଦେଢ ଘଣ୍ଟା ଯାଏଁ ଆଲୋଚନା କରିଥିଲେ । ତେବେ ଏଥିରେ କୌଣସି ସମାଧାନ ବାହାରି ପାରିନଥିଲା ।

LEAVE A REPLY

Please enter your comment!
Please enter your name here