Spread the love

କଟକ
କେନ୍ଦ୍ରାପଡା ସାଂସଦ ତଥା ବାଳୁଙ୍ଗା ଟୋକା ଅଭିନେତା ଅନୁଭବ ମହାନ୍ତିଙ୍କ ଅସଲ ଚେହେରା ପଦରା ପଡି ସାରିଛି । ଏବେ ଲୋକେ ତାଙ୍କୁ ମହାକାଳ ଫଳ ଆଖ୍ୟା ଦେବାରେ ଲାଗିଛନ୍ତି । ଚଲଚ୍ଚିତ୍ରରେ ବଡ ବଡ ଭାଷଣ ମାରୁଥିବା ସାଂସଦଙ୍କ ଏପରି ନିନ୍ଦନୀୟ କାର୍ଯ୍ୟକୁ ସବୁ ମହଲରେ ଘୃଣା କରାଯାଇଛି । ଯିଏ ନିଜ ପତ୍ନୀଙ୍କୁ ନ୍ୟାୟ ଦେଇପାରୁନି ସେ ଲୋକମାନଙ୍କୁ କି ନ୍ୟାୟ ଦେବ ବୋଲି ପ୍ରଶ୍ନ ଉଠୁଛି । ସାଂସଦଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୋଧରେ କଟକ ଏସଡିଜେମ କୋର୍ଟରେ ପାରିବାରିକ ହିଂସା ମାମଲା ମାମଲା ଦାଏର କରିଛନ୍ତି । ଆଜି କୋର୍ଟ ଏହି ମାମଲାର ଶୁଣାଣୀ କରିପାରନ୍ତି । ବାହାଘର ପରେ ତାଙ୍କୁ ଅତ୍ୟାଚାର, ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗରେ ବର୍ଷା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଅନୁଭବଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଗୁଡିକ ହେଲା ସେ ହେଉଛନ୍ତି ଜଣେ ପେସାଦାର ମଦ୍ୟପ, ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ମଦୁଆ ସାଙ୍ଗଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି ଏବଂ ଏହାକୁ ବିରୋଧ କଲେ ହାତରେ ଓ ବାଡିରେ ପିଟନ୍ତି । ଏହା ସହ ଗୋଇଠା ମାରନ୍ତି ବୋଲି ମଧ୍ୟ ବର୍ଷା ଅଭିଯୋଗ କରିଛନ୍ତି । ଏହା ସହିତ ସନ୍ତନସନ୍ତତି ଚାହୁଁଥିଲେ ବି ଅନୁଭବ ଏହାକ ଏଡାଇ ଯାଇଥିଲେ । ଜୁନ ୭ରେ ସବୁ ସୀମା ଟପି ଯାଇଥିଲା । ସେହି ଦିନ ଅନୁଭବ ଏବଂ ତାଙ୍କ ବାପା ବର୍ଷାଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ ଗାଳିଗୁଲଜ କରିବା ସହ ଜୁନ ୧୧ରେ ତାଙ୍କୁ ଛାଡପତ୍ର ପାଇଁ ବାଧ୍ୟ କରିଥିଲେ । ଏହା ନକଲେ ପରିମାଣ ଭୋଗିବାକୁ ଧମକ ଦେଇଥିଲେ । ବିବାହ ପରେ ଏକାଧିକ ଚଳଚ୍ଚିତ୍ରରେ ବର୍ଷା ଅଭିନୟ କରିଥିଲେ ମଧ୍ୟ ତାଙ୍କୁ ଅନୁଭବ ପାରିଶ୍ରମିକ ଦେଇନାହାନ୍ତି । ଏହା ସହିତ ଏକାଧିକ ଝିଅଙ୍କ ସହ ତାଙ୍କର ସମ୍ବନ୍ଧ ରହିିଛି ବୋଲି ବର୍ଷା ଅଭିଯୋଗ କରିଛନ୍ତି । ଏହି ମାମଲାରେ ବର୍ଷାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ତାଙ୍କ ଓକିଲ କହିଛନ୍ତି । ଅନୁଭବ ଷଡଯନ୍ତ୍ର କରି ଜାଣିଶୁଣି ଦିଲ୍ଲୀରେ ମାମଲା ରୁଜୁ କରିଛନ୍ତି ବୋଲି କହିଛନ୍ତି । ଏହା ସହିତ ଅନୁଭବଙ୍କ ବିରୋଧରେ ବର୍ଷା ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଯେ ସତ କେବେ ଲୁଚି ରହେନାହିଁ । ଭୁଲ ତଥା ମିଥ୍ୟା ଅଭିଯୋଗ ଆଣି ଜଣଙ୍କୁ ବଦନାମ କରିବାରୁ ପୂର୍ବରୁ ଭଗବାନଙ୍କୁ ଡରିଯିବା କଥା । ଭଗବାନଙ୍କ ଉପରେ ମୋର ପୂର୍ଣ ବିଶ୍ୱାସ ରହିଛି । ଆଇନ ଉର୍ଧରେ କେହି ନୁହଁନ୍ତି । ମୁଁ ଯେଉଁ କଠିନ ପରିସ୍ଥିତି ଦେଇ ଗତି କରୁଛି ଏଠି ସମସ୍ତଙ୍କର ସହାୟତା ଚାହୁଁଛି । ଏହା ସହିତ ନିରବତ୍ତା ଭଙ୍ଗ କରିବା ଲାଗି ଚେଷ୍ଟା କରୁଛି । ସମସ୍ତଙ୍କ ପ୍ରତି ମୋର ସମ୍ମାନ ଓ ଭଲପାଇବା ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ଏବଂ ଜଗନ୍ନାଥଙ୍କ ଫଟୋ ପୋଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here