Spread the love

ମୁମ୍ବାଇ: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ତଥା ବର୍ତ୍ତମାନର କ୍ୟାପଟେନ ବିରାଟ୍‌ କୋହଲି କରୋନା ମହାମାରୀ ସମୟରେ ଏକ ଖୁସି ଖବର ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ଜାନୁୟାରୀ ୨୦୨୧ ରେ ସେ ପିତା ହେବେ ବୋଲି ସୂଚନା ଦେଇଛନ୍ତି । “ଜାନୁୟାରୀ ୨୦୨୧ ରେ ଅମେ ତିନି ଜଣ ଆସିବୁ” ବୋଲି ବିରାଟ କୋହଲି ଏବଂ ତାଙ୍କ ପତ୍ନି ଅନୁଷ୍କା ଶର୍ମା ଉଭୟ ସେମାନଙ୍କର ସୋସିଆଲ ମିଡିଆ ମାଧ୍ୟମରେ ଏକ ଅକର୍ଷଣୀୟ ଚିତ୍ର ସହିତ ଘୋଷଣା କରିଛନ୍ତି । ଏହି ଖବର ପରେ ଉଭୟ ଦମ୍ପତୀଙ୍କର ବନ୍ଧୁ ଏବଂ ପ୍ରଶଂସକଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ର ବାର୍ତ୍ତାର ଶୁଅ ଛୁଟୁଛି । ଅନୁଷ୍କା ଏବଂ ବିରାଟ ଅନେକ ବର୍ଷ ପାଇଁ ଡେଟ୍‌ କରିବା ପରେ ତିନି ବର୍ଷ ହେବ ବିବାହ କରିଛନ୍ତି । ସାହରୁଖ ଖାନଙ୍କ ସହ ‘ଜିରୋ’ ଫିଲ୍ମରେ ଶେଷ ଥର ପାଇଁ ଅନୁଷ୍କା ଶର୍ମା ରୁପେଲି ପରଦାକୁ ଅସିଥିଲେ ପରେ ଡିସେମ୍ବର ୨୦୧୭ ରେ ସେ ବିରାଟଙ୍କ ସହ ଇଟାଲୀରେ ବିବାହ କରିଥିଲେ । ବର୍ତ୍ତମାନ ଅନୁଷ୍କା ଅଭିନୟରୁ ବିରତି ନେଇ ବିରାଟଙ୍କ ସହ ସମୟ ଅତିବାହିତ କରୁଛନ୍ତି ଏବଂ ତାଙ୍କ ପ୍ରଡକ୍ସନ୍‌ କମ୍ପାନୀ କ୍ଲିନ୍‌ ସ୍‌ଲେଟ୍‌ ଫିଲ୍ମଜ୍‌ ଉପରେ ଧ୍ୟାନ ଦେଇଛନ୍ତି, ଯାହା ନିକଟରେ ସମାଲୋଚିତ ଏକ ୱେବ୍‌ ସିରିଜ “ପାଟାଲ୍‌ ଲୋକ” ପାଇଁ ସମାଲୋଚିତ ହୋଇଥିଲେ ।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଟ୍ୱିଟର ପୋଷ୍ଟ ଦେଖନ୍ତୁ:

LEAVE A REPLY

Please enter your comment!
Please enter your name here