Spread the love

ଭୁବନେଶ୍ୱର: କରୋନା ଜନିତ ଲକଡାଉନ ବେଳେ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଅଭିଯୁକ୍ତ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଜରିମାନା ଦେଇଛନ୍ତି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଜଗନ୍ନାଥ ପ୍ରଧାନଙ୍କୁ ମନାଇବାକୁ ଅପରାଜିତା ତାଙ୍କ ବମିଖାଲସ୍ଥିତ ବାସଭବନକୁ ଯାଇଥିଲେ । ଅପରାଜିତାଙ୍କ ଉପସ୍ଥିତି ଯୋଗୁ ସେଠାରେ ଅଯଥା ଗହଳି ହୋଇଥିଲା ଓ କରୋନା ଳକଡାଉନ ନିୟମର ଉଲ୍ଲଂଘନ ହୋଇଛି ବୋଲି ସ୍ଥାନୀୟ ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଏଥିପାଇଁ ଅପରାଜିତା ସୋସିଆଲ ମିଡ଼ିଆରେ ଟ୍ରୋଲର ସମ୍ମୁଖିନ ମଧ୍ୟ ହୋଇଥିଲେ । ଆଜି ନିଜେ ଅପରାଜିତା ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ଜରିମାନା ବାବଦକୁ ୧୦୦ ଟଙ୍କା ଦାଖଲ କରିବା ସହ ଜନସାଧାରଣଙ୍କ ସଚେତନତାକୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here