Spread the love

ନୂଆଦିଲ୍ଲୀ : ଅଦାଲତ ଅବମାନନା ମୋକଦ୍ଦମାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅନ୍ୟ ଏକ ଖଣ୍ଡପୀଠରେ ତାଙ୍କ ମାମଲାର ଶୁଣାଣୀ ପାଇଁ କରିଥିବା ଆବେଦନକୁ ଆଜି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି । ଏଥିସହ ସେ ଦଣ୍ଡ ଆଦେଶର ତାରିଖକୁ ଘୁଞ୍ଚାଇବା ପାଇଁ ଆବେଦନ କରିଥିବା ।ତେବେ ଇତି ମଧ୍ୟରେ ଶ୍ରୀ ଭୂଷଣ ନିଜ ପ୍ରତିକ୍ରିୟାରେ ମହାତ୍ମା ଗାନ୍ଧୀଙ୍କ ବାଣୀକୁ ଦର୍ଶାଇବା ସହ ସେ ଆଦୌ କ୍ଷମା ପ୍ରାର୍ଥନା କରିବେ ନାହିଁ ବରଂ ସୁପ୍ରିମ କୋର୍ଟ ଯାହା ଦଣ୍ଡ ଦେବେ ତାହାକୁ ସେ ଗ୍ରହଣ କରିବେ ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି । ପ୍ରଶାନ୍ତଙ୍କୁ ସୁପ୍ରିମ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ସମଗ୍ର ଦେଶରେ ଆଇନଜୀବୀଙ୍କ ମଧ୍ୟରେ ଧିରେ ଧିରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୁପ୍ରିମ କୋର୍ଟର ୪୦ରୁ ଉଦ୍ଧ୍ୱର୍ ଆଇନଜୀବୀ ପ୍ରଥମେ ଏକ ସ୍ୱାକ୍ଷର ଅଭିଯାନ ଆରମ୍ଭ କରିବା ପରେ ଏହା ଏବେ ସମଗ୍ର ଦେଶରେ ଏକ ଅଭିଯାନରେ ପରିଣତ ହୋଇଛି । ବହୁ ବରିଷ୍ଠ ଓକିଲ ଏନେଇ ଆପତ୍ତି ଉଠାଇ ଥିବା ବେଳେ ବରିଷ୍ଠ ଆଇନଜୀବୀ ରାଜୀବ ଧାୱନ ସୁପ୍ରିମ କୋର୍ଟଙ୍କ ରାୟର ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଅଗଷ୍ଟ ୧୪ର ରାୟ କେବଳ ନକଲ ଥିଲା । ବୁଦ୍ଧିଜୀବୀ ମହଲରେ ଏହା ଆଦୌ ଗ୍ରହଣ ଯୋଗ୍ୟ ହେବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି । ଅନ୍ୟ ପକ୍ଷରେ ସୁପ୍ରିମ କୋର୍ଟ ମଧ୍ୟ ଏହି ଘଟଣାରେ ରୁକ୍ଷ ଆଭିମୁଖ୍ୟ ଗ୍ରହଣ ରକିଥିବା ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here