Spread the love

ନୂଆଦିଲ୍ଲୀ
ଆସନ୍ତା ୧୪ ତାରିଖରୁ ସଂସଦ ଅଧିବେଶର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କରୋନା ଜନିତ ସମସ୍ତ ସତର୍କତା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଧିବେଶନର ପ୍ରଥମ ଦିନ ରାଜ୍ୟସଭା ଉପାଧକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ଆଜି ବିଜେପି ନେତୃତ୍ୱାଧିନ ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ନେତା ତଥା ରାଜ୍ୟସଭା ସାଂସଦ ହରିବଂଶ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଏଥିରେ ବିଜେପିକୁ ବଡ ଝଟକା ଦେବା ଲାଗି ବିରୋଧୀ ଦଳ ଗୁଡିକ ପ୍ରସ୍ତୁତ ହେଉଛନ୍ତି । ଏହି ପଦ ଲାଗି ମିଳିତ ପ୍ରାର୍ଥୀ ଦେବାକୁ କଂଗ୍ରେସ ସ୍ଥିର କରିଛି । ଏନେଇ ପାର୍ଟି ଅନ୍ୟ ଦଳ ସହ ଆଲୋଚନା କରିବ ବୋଲି ଦଳର ସଂସଦୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here