Spread the love

ନୂଆଦିଲ୍ଲୀ
ଚୀନ ସହ ଉତ୍ତେଜନା ଲାଗି ରହିଥିବା ସମୟରେ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ବାଣେ ଆଜି ଦୁଇ ଦିନିଆ ଲେହ ଗସ୍ତରେ ଯାଇଛନ୍ତି । ସେ ଏହି ଗସ୍ତରେ ସେଠାକାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ତାଙ୍କୁ ବାସ୍ତବିକ ନିୟନ୍ତ୍ରଣ ରେଖାର ସ୍ଥିତି ନେଇ ବରିଷ୍ଠ କମାଣ୍ଡର ମାନେ ସୂଚନା ଦେବେ । ଏହି ଦୁଇ ଦିନିଆ ଗସ୍ତରେ ସେନାମୁଖ୍ୟ ଚୀନ ସହ ପ୍ରାୟ ୩ ମାସ ହେଲା ମୁହାଁମୁହିଁ ସ୍ଥିତିରେ ଥିବା ସେନା କର୍ମଚାରୀଙ୍କ ପ୍ରସ୍ତୁତି ଏବଂ କାର୍ଯ୍ୟଦକ୍ଷତାର ମଧ୍ୟ ସମୀକ୍ଷା କରିବେ । ସେନା ସୂତ୍ରରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here