Spread the love

ନୂଆଦିଲ୍ଲୀ :ଦୀର୍ଘ ଚାରି ସସ୍ତାହରୁ ଉର୍ଦ୍ଧ୍ୱ ଦିନ ଧରି ରାଜସ୍ଥାନ ରାଜନୀତିରେ ଚାଲିଥିବା ଡ୍ରାମାର ଆଜି ଅନ୍ତ ଘଟିଛି । ଆସ୍ଥା ଭୋଟରେ ରାଜସ୍ଥାନର କଂଗ୍ରେସ ଶାସିତ ଅଶୋକ ଗେହେଲଟଙ୍କ ସରକାର ବିଜୟୀ ହୋଇଛି । ବିରୋଧୀ ବିଜେପୀକୁ ଏହା ଶକ୍ତ ଝଟକା ଲାଗିଛି । ସଚ୍ଚିନ ପାଇଲଟଙ୍କ ଅଚାନକ ୟୁଟର୍ଣ୍ଣ ଗେହେଲଟଙ୍କ ସରକାରକୁ ବଂଚାଇ ଦେଇଥିବା ବେଳେ ଗେହେଲଟ ବିଜେପୀକୁ ତିବ୍ର ଭର୍ସନା କରିଛନ୍ତି । ବିଜେପୀ ରାଜସ୍ଥାନରେ ମଧ୍ୟପ୍ରଦେଶ ଭଳି ସଫଳ ହୋଇପାରିଲା ନାହିଁ । କଂଗ୍ରେସ ଦଳକୁ ଭାଗ କରିବାକୁ ବିଜେପୀ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ସଫଳତା ମିଳିନଥିବା ଓ ବିଜେପୀ ପକ୍ଷରୁ ଉଦ୍ୟମକୁ ହୀନ ରାଜନୀତି ବୋଲି ଆଶୋକ ଗେହେଲଟ କହିଛନ୍ତି । ଦୁଇ ଦିନ ତଳେ ଅଚାନକ ବିଦ୍ରୋହି ନେତା ସଚ୍ଚିନ ପାଇଲଟଙ୍କର କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ରାଜସ୍ଥାନ ରାଜନିତୀର ପାଖାପାଖି ଅନ୍ତ ଘଟିଥିଲା ବୋଲି କୁହାଯାଉଥିଲା । ତାହା ଆଜିର ଆସ୍ଥା ଭୋଟରୁ ପ୍ରମାଣିତ ହୋଇଛି । ଅଶୋକ ଗେହେଲଟଙ୍କ ବିଜୟୀ ପରେ କଂଗ୍ରେସ ମହଲରେ ଖୁସିର ବାତାବରଣ ଖେଳି ଯାଇଛି । ତେବେ ଆଗାମୀ ଦିନରେ କଂଗ୍ରେସ ରାଜନୀତି କି ଧରଣର ପରିବର୍ତ୍ତନ ନେବ ତାହା ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରିବା ଆରମ୍ଭ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here