Spread the love

କଟକ : ଓଡିଶା ଅଲିମ୍ପିକ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ଵେହେରାଙ୍କ ବିରୋଧରେ ହେଉଥିବା ସିବିଆଇ ତଦନ୍ତ ବନ୍ଦ କରିବା ଲାଗି ଆଜି ସର୍ଵୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।ଗତ ଶୁକ୍ରବାର ସିବିଆଇ ଏ ମାମଲାରେ ରିପୋର୍ଟ ଦାଖଲ କରିଥଲା ।ସୂଚନା ଅନୁଯାୟୀ , ଓଡ଼ିଆ ଅଲିମ୍ପିକ ଆସୋସିଏସନ ଜମି ଜବରଦଖଲ ଓ ସେଠାରେ ବେଆଇନ ନିର୍ମାଣକୁ ନେଇ ଆର୍ଥିକ ଅନିୟମିତତାର ମାମଲାର ତଦନ୍ତ ହେଉଥିଲା ।ହେଲେ ସେଥିରେ ଆଶୀର୍ବାଦଙ୍କର କୌଣସି ଅପରାଧୀକ ପୃଷ୍ଠଭୁମୀ ଥିବା ନେଇ ଯୋଗ୍ୟ ପ୍ରମାଣ ମିଳିନାହିଁ । ତେଣୁ ତଦନ୍ତ ବନ୍ଦ କରିବା ପାଇଁ ସିବିଆଇ ରିପୋର୍ଟରେ ଦର୍ଶାଇବା ପରେ ସୁପ୍ରିମକୋର୍ଟ ତାକୁ ମଞ୍ଜୁର କରିଛନ୍ତି ।

LEAVE A REPLY

Please enter your comment!
Please enter your name here