Spread the love

ନୂଆଦିଲ୍ଲୀ: ଭାରତ ୨୦୨୨ ମହିଳା ଏସୀୟ ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବା ଅଧିକାର ପାଇଛି । ୧୯୭୯ ପରେ ଭାରତକୁ ପ୍ରଥମଥର ପାଇଁ ଏହି ଅଧିକାର ମିଳିଛି । ଏସୀୟ ଫୁଟବଲ କନପେଡେରେସନ ପକ୍ଷରୁ ମହାସଚିବ ଦାତୋ ୱିଣ୍ଡସର ଜନ ଏ ବିଷୟ ଘୋଷଣା କରିଛନ୍ତି । ଏ ସମ୍ପର୍କ ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପ୍ରଫୁଲ ପଟେଲ କହିଛନ୍ତି ୨୦୨୨ ମଧ୍ୟଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୯୭୯ରେ ଭାରତରେ ଏହା ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା ଓ ଭାରତ ଏଥିରେ ରନର୍ସ-ଅପ ହୋଇଥିଲା । ପ୍ରତିଯୋଗିତାରେ ୮ ପରିବର୍ତ୍ତେ ୧୨ ଦଳ ଭାଗ ନେବେ । ଭାରତ ଆୟୋଜକ ଭାବେ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବ । ଏହାସହ ଏହି ପ୍ରତିଯୋଗିତା ୨୦୨୩ ମହିଳା ଫୁଟବଲ ବିଶ୍ୱକପ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନକାରୀ ବିବେଚିତ ହେବ ।

LEAVE A REPLY

Please enter your comment!
Please enter your name here