Spread the love

ନୂଆଦିଲ୍ଲୀ
କରୋନା ବିରୋଧୀ ଲଢେଇକୁ ଏକ ବଡ ଝଟକା ଲାଗିଛି । କରୋନା ଭ୍ୟାକ୍ସନି କ୍ୟାନଡିଡେଟ ଅଷ୍ଟ୍ରା ଜେନେକାର ହ୍ୟୁମାନ ଟ୍ରାଏଲକୁ କମ୍ପାନୀ ସ୍ଥଗିତ ରଖିଦେଇଛି । ଜଣେ ବ୍ୟକ୍ତି ଏହି ଭ୍ୟାକ୍ସିନ ନେବା ପରେ ଅସୁସ୍ଥତା ଅନୁଭବ କରିବାରୁ ତଥା ପାଶ୍ୱର୍ ପ୍ରତିକ୍ରିୟା ହେବାରୁ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି । ଏବେ ଏ ଦିଗରେ କମ୍ପାନୀ ଅଧିକ ଯାଞ୍ଚ କରୁଛି । କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରତ୍ୟେକ ଦିନ ଭ୍ୟାକ୍ସିନର ପ୍ରକ୍ରିୟାର ସମୀକ୍ଷା କରାଯାଉଛି । ଟୀକାକରଣର ସୁରକ୍ଷା ତଥ୍ୟର ସମୀକ୍ଷା ଲାଗି ଏବେ ହ୍ୟୁମାନ ଟ୍ରାଏଲକୁ ସ୍ଥଗିତ ରଖାଯାଇଛି । ତେବେ ଅଷ୍ଟ୍ରା ଜେନେକା ପାଶ୍ୱର୍ ପ୍ରତିକ୍ରିୟାକୁ ନେଇ କୌଣସି ସୂଚନା ଦେଇନାହିଁ । ସେ କେବଳ ଏହାକୁ ଏକ ସମ୍ଭାବ୍ୟ ଅସ୍ପଷ୍ଟ ରୋଗ ବୋଲି ଦର୍ଶାଇଛି । ଅଷ୍ଟ୍ରା ଜେନେକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ଏହି ଟୀକାକୁ ଆମେରିକା, ବ୍ରିଟେନ ଓ ଭାରତରେ ପ୍ରସ୍ତୁତ କରାଯାଉଛି ।

LEAVE A REPLY

Please enter your comment!
Please enter your name here