Spread the love

ନୂଆଦିଲ୍ଲୀ: ଭାରତ ସରକାର ପୁଣି ଦୁଇଟି ଚୀନା ଆପକୁ ଦେଶରେ ନିଷିଦ୍ଧ କରିଛନ୍ତି । ଗୁଗୁଲ ସର୍ଚ୍ଚ ଓ ଟ୍ୱିଟରର ଚୀନା ବିକଳ୍ପ କୁହାଯାଉଥିବା ବାଇଦୁ ଓ ୱେବୋ ନିଷିଦ୍ଧ ତାଲିକାରେ ସାମିଲ ହୋଇଛି । ପୂର୍ବରୁ ଜୂନ ୨୯ରେ ୪୭ ଓ ଜୁଲାଇ ୨୭ରେ ୫୯ ଚୀନା ଆପକୁ ନିଷିଦ୍ଧ କରାଯାଇଥିଲା । ଜୁନରେ ଯେଉଁ ଚୀନା ଆପ ନିଷିଦ୍ଧ ହୋଇଥିଲା ତାହାର ତାଲିକା ସାଧାରଣରେ ପ୍ରକାଶ କରାଯାଇଥିଲା ବେଳେ ଜୁଲାଇ ନିଷିଦ୍ଧ ତାଲିକା ପ୍ରକାଶ କରାଯାଇନାହିଁ । ସୁଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ଚୀନ ଗସ୍ତ ବେଳେ ୱେବୋରେ ଆକାଉଣ୍ଟ ଖୋଲିଥିଲେ । ଏବେ ତାହାକୁ ବନ୍ଦ କରାଯାଇଛି । ବିଶ୍ୱରେ ୱେବୋର ୫୦୦ ମିଲିୟନ ପଞ୍ଜିକୃତ ବ୍ୟବହାରକାରୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here