Spread the love

ମୁମ୍ବାଇ
ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ସମ୍ବନ୍ଧିକ କେସରେ ତାଙ୍କ ବାନ୍ଧବୀ ତଥା ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିିବି ଗିରଫ କରିଛି । ଏବେ ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନର ଶୁଣାଣୀ ମୁମ୍ବାଇର ଏକ ସ୍ୱତନ୍ତ କୋର୍ଟରେ ଆରମ୍ଭ ହୋଇଛି । ଏବେ ଉଭୟେ ଜେଲରେ ଅଛନ୍ତି । ପୋଲିସ ରିୟାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ନେଇଛି । ପୂର୍ବରୁ ଏକ କୋର୍ଟ ରିୟାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହି ମାମଲାରେ ରିୟାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି ବୋଲି ଏନସିବି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here