Spread the love

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍କରେ, ଏନ୍‌.ସି.ପି. ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଏକ କାର୍ଟୁନକୁ ହ୍ୱାଟସ ଅପ୍‌ରେ ଫରୱାଡ କରିବା ପରେ ଜଣେ ଅବସରପ୍ରାପ୍ତ ୬୫ ବର୍ଷୀୟ ବୃଦ୍ଧ ନାଭାଲ ଅଫିସରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । ଶିବସେନା କର୍ମୀମାନେ ଏଥିରେ ଉତକ୍ଷୀପ୍ତ ହୋଇ ସଂପୃକ୍ତ ଅଫିସର ମଦନ ଶର୍ମାଙ୍କୁ ସର୍ବସାଧାରଣ ରାସ୍ତାରେ ଗୋଡାଇ ଗୋଡାଇ ମାରିବା ଘଟଣା ମୁମ୍ବାଇରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଗିରଫ ୬ଜଣ ଶିବସେନା କର୍ମୀଙ୍କୁ କିନ୍ତୁ ତୁରନ୍ତ କୋର୍ଟରେ ବେଲ ମିଳିଯାଇଛି । ଏହି ଘଟଣା ପରେ କିନ୍ତୁ ସମଗ୍ର ମୁମ୍ବାଇରେ ପରିବେଶ ବେସ ଅଶାନ୍ତ ହୋଇ ପଡ଼ିଛି । ସବୁ ମହଲରୁ ଏହି ଘଟଣାକୁ ଘୋର ନିନ୍ଦା କରାଯାଇଛି । କାର୍ଟୁନକୁ ଫରୱାଡ଼ କରିବା ପରେ ପ୍ରଥମେ ମଦନ ଶର୍ମାଙ୍କୁ କେତେକ ଶିବସେନା କର୍ମୀ ଫୋନ କରି ଧମକ ଦେଇଥିଲେ । ପରେ ସେ ରାସ୍ତାରେ ଯିବାବେଳେ ଗୋଡାଇ ଗୋଡାଇ ପିଟିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here