Spread the love

ମୁମ୍ବାଇ
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରୁଥିବା ଡିସିପି ଅଭିଷେକ ତ୍ରିମୁଖେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହିିତ ତାଙ୍କର ସମସ୍ତ ପରିବାର ସଦସ୍ୟ ମଧ୍ୟ ଏଥିରେ ସଂକ୍ରମିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଡିସିପି ତ୍ରିମୁଖେଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ରିୟା ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେଙ୍କ ସହ ଫୋନରେ ଅନେକ ଥର କଥାବାର୍ତ୍ତା ହୋଇଥିଲେ ବୋଲି ତାଙ୍କ କଲ ଡିଟେଲ୍ସରୁ ଜଣାପଡିଥିଲା । ସେମାନେ କଲ୍ ଏବଂ ଏସଏମଏସ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା। ଏବେ ଡିସିପି କରୋନାରେ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here