Spread the love

ଢ଼ାକା : ବାଲାଂଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାର ପତି ଭାବେ ଖ୍ୟାତି ଲାଭ କରିଥିବା ଭୁତପୂର୍ବ ଜଷ୍ଟିସ ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ଏକ ବ୍ୟାଙ୍କ ଠକେଇ ମାମାଲାରେ ସେଠାକାର ଏକ ତଳ କୋର୍ଟ ଦୋଷି ସାବ୍ୟସ୍ତ କରିଛି । ଜଷ୍ଟିସ ସିହ୍ନାଙ୍କ ସମେତ ମୋଟ ୧୦ ଜଣଙ୍କୁ ଏହି ଘଟଣାରେ ଦୋଷି ସାବ୍ୟସ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ଘଟଣା ୭ ମାସ ତଳେ ଘଟିଥିଲା । ମୋଟ ୪୦ ମିଲିୟନ ବାଲାଂଦେଶ ଟାକା ଠକେଇ ମାମଲାରେ ଶ୍ରୀ ସିହ୍ନା ଜଡ଼ିତଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୋଷି ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୬ଜଣ ବ୍ୟାଙ୍କ କର୍ମଚାରୀ ରହିଛନ୍ତି । ଏହି ଘଟଣାର ପରବର୍ତ୍ତୀ ଶୁଣାଣୀ ଚଳିତ ମାସ ୧୮ ତାରିଖରେ ହେବ ।

LEAVE A REPLY

Please enter your comment!
Please enter your name here