Spread the love

କଟକ : ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଛାତପତ୍ର ଲାଗି କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ସେ ଅଭିନେତାରୁ ରାଜନେତା ପାଲଟିଥିବା ପତି ଅନୁଭବ ମହାନ୍ତିଙ୍କ ବିରୋଧରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ୮ପୃଷ୍ଟାର ନିଜ ଅଭିଯୋଗ ପତ୍ରରେ ସେ ବହୁ ସଂଗୀନ ଅଭିଯୋଗ କରିଥିବା ବେଳେ ଅନୁଭବଙ୍କ ଝିଅମାନଙ୍କ ପ୍ରତି ଥିବା ଦୁର୍ବଳତା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । କେବଳ ଏତିକି ନୁହେଁ ସାଂସଦ ଅନୁଭବ ମହାନ୍ତି ପ୍ରବଳ ମଧ୍ୟ ପାନ କରନ୍ତି । ସେ ବଭିନ୍ନ ସମୟରେ ନିଜ ସାଙ୍ଗମାନଙ୍କୁ ଘରକୁ ଆଣନ୍ତି । ସାଙ୍ଗମାନଙ୍କ ସହ ସେ ଘରେ ମଧ୍ୟ ମଧ୍ୟ ପାନ କରନ୍ତି । କେବଳ ଏତିକି ନୁହେଁ ବିବାହ ପୂର୍ବରୁ ଅନୁଭବ ବର୍ଷାଙ୍କୁ ପାଇବା ପାଇଁ ବିଭିନ୍ନ କାଣ୍ଡ କାରଖାନା କରିଥିବା ସେ ଉଲ୍ଲେଖ କରିଛନ୍ତି । ଏପରିକି ବର୍ଷାଙ୍କୁ ପ୍ରେମ ନିବେଦନ କରି ସେ ନିଜ ହାତ କଟିଦେଇଥିବା ମଧ୍ୟ ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଅନୁଭବ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖିଥିବା ସେ ଉଲ୍ଲେଖ କରିଛନ୍ତି । ଏହି ଅଭିଯୋଗ ସଂପର୍କରେ ଅନୁଭବଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଅଭିଯୋଗ ସଂପର୍କରେ ସେ କିଛି ଜାଣି ନାହାନ୍ତି, ତେବେ ଲିଗାଲ ନୋଟିସ ଆସିଲେ ସେ ନିଶ୍ଚୟ ଉତ୍ତର ଦେବେ । ଆଇ ଲଭ୍‌ ୟୁ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ଅନୁଭବଙ୍କ କ୍ୟାରିୟର ଗତ ୧୦ ବର୍ଷ ମଧ୍ୟରେ ଉପରକୁ ଉପରକୁ ଯାଉଥିଲା । ବିଜେଡ଼ିରୁ ଷ୍ଟାର କ୍ୟାମ୍ପନର ଥିବା ଅନୁଭବଙ୍କୁ ମଧ୍ୟ ରାଜ୍ୟ ସରକାର ପ୍ରଥମେ ରାଜ୍ୟ ସଭା ଓ ପରେ ଲୋକସଭାରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ଦିଆଯାଇଥିଲା । କିଛିଦିନ ତଳେ ତାଙ୍କ ଭାଇଙ୍କ ନାମରେ ମାଇନିଂ ସ୍କାମ ଅଭିଯୋଗ ଆସିଥିଲା । ତେବେ ସେହି ଘଟଣା ଏବେ ଥଣ୍ଡା ପଡିଯାଇଥିବା ବେଳେ ନିକଟରେ କଟକର ଜଣେ ସାମ୍ବାଦିକା ମଧ୍ୟ ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ପୋଲିସ ଏହି ଘଟଣାର କଣ ତଦନ୍ତ କରିଛି ତାହା ଏଯାଏଁ ଜଣାପଡିନାହିଁ । ଅଭିନେତାରୁ ରାଜନେତା ବନିଥିବା ଅନୁଭବଙ୍କ କ୍ୟାରିୟର ଆଗକୁ କଣ ହେବ ତାହା ଜଳ ଜଳ ହୋଇ ଦିଶୁଥିବା ବୁଦ୍ଧିଜୀବୀମାନେ କହିଛନ୍ତି । ଉଚ୍ଚ ମଧୁମେହ ରୋଗରେ ଦୀର୍ଘ ଦିନ ଧରି ପୀଡ଼ିତ ଥିବା ଅନୁଭବଙ୍କ ଆଗାମୀ ପଦକ୍ଷେପ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଓଡ଼ିଶାରେ ଗୁଣ୍ଡାରାଜକୁ ଲୋପ କରିଥିବା ବିଜେଡ଼ି ସରକାର ମଧ୍ୟ ତାଙ୍କ ବିରୋଧରେ କଣ ପଦକ୍ଷେପ ନେବ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here