Spread the love

କଟକ
ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ନିଜର ସାଂସଦ ପତି ତଥା ବାଳୁଙ୍ଗା ଟୋକା ଫେମ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପରିବାର ବିରୋଧରେ ପାରିବାରିକ ହିଂସା ଓ ନିର୍ଯ୍ୟାତନା ମାମଲା ରୁଜୁ କରିଛନ୍ତି । ସେ କଟକ ଏସଡିଜେଏମ କୋର୍ଟରେ ଏହି ମାମଲା ଦାଏର କରିଛନ୍ତି । ଗତ କାଲି କୋର୍ଟରେ ଏହି ମାମଲାର ଶୁଣାଣୀ ହୋଇଥିଲା । ଏହାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୧୨ରେ ହେବ । ତେବେ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଅଭଯୋଗ କରିଛନ୍ତି । ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରି ପୋଲିସକୁ ସୁରକ୍ଷା ମାଗିଛନ୍ତି । ତେବେ କାହା ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ କିଏ ତାଙ୍କୁ ମାରିବାକୁ ଚାହୁଁଛି । ସେ ଏନେଇ କହିଛନ୍ତି ଯେ ଗତ କାଲି ଘରେ ଥିବାବେଳେ ୨ ଜଣ ଅଜଣା ଯୁବକ ଘରେ ପଶି ଯାଇଥିଲେ । ସେମାନେ ବେଡରୁମରେ ପଶି ଭିଜିଓ ସୁଟିଂ କରିଥିଲେ । ଘରେ ଖାଉଥିବା ବେଳେ ଏପରି ଘଟିଥିବା ବର୍ଷା ଅଭିଯୋଗ କରିଛନ୍ତି । ଗତ କାଲି ମଧ୍ୟ ୧୦୦ ନଂ କୁ ଡାଏଲ କରି ବର୍ଷା ସୁରକ୍ଷା ମାଗିଥିଲେ । କାଲି ଠାରୁ ଜଣେ ମହିଳା କନଷ୍ଟେବଳ ବର୍ଷାଙ୍କ ସୁରକ୍ଷାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here