Spread the love

କଟକ
ଅଭିନେତା ତଥା ସାଂସଦ ପତି ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶୀନି ପାରିବାରିକ ହିଂସା ଏବଂ ନିର୍ଯାତନାର ଅଭିଯୋଗ କରିଛନ୍ତି । ଆଜି ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସ ସୁରକ୍ଷା ଦାବି କରିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଏବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ କାଲି ବର୍ଷାଙ୍କୁ ଖାଦ୍ୟ ଦେବା ସମୟରେ ଭିଡିଓ ସୁଟିିଂ କରାଯାଇଥିଲା । ଅନୁଭବଙ୍କ ଜଣେ ସହଯୋଗୀ ବେଡ ରୁମରେ ପଶି ଭିଡିଓ ସୁଟିଂ କରିଥିଲେ । ଅନ୍ୟ ଜଣେ ସହଯୋଗୀ ଡ୍ରଇଁ ରୁମରେ ଜଗି ରହିଥିଲେ । ସେମାନଙ୍କୁ କିଏ ସୁିଟିଂ କରିବାକୁ ପଠାଇଛି ବୋଲି ବର୍ଷା ପଚାରିଥିଲେ । ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଏବଂ ଅସୁରକ୍ଷିତ ମନେ କରିଥିଲେ । ଏ ବିଷୟରେ ବର୍ଷା ପୋଲିସକୁ ଜଣାଇ ସୁରକ୍ଷା ଦାବି କରିଥିଲେ । ବର୍ଷା ଚାହୁଁଛନ୍ତି ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବାକୁ । ତେଣୁ ସେ ଶ୍ୱଶୂର ଘରେ ରହିଛନ୍ତି । ସେଠାରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ । ବର୍ଷା ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହାନ୍ତି । ଅନୁଭବ ଯାହା କହିଥିଲେ ତାହାର କୌଣସି ଯଥାର୍ଥତା ନାହିିଁ । ଅନୁଭବଙ୍କ କଥାରେ ସେ ଶାଶୂଘରୁ ଆସିପାରିବେ ନାହିଁ । ବର୍ଷାଙ୍କ ସହ ଆଲୋଚନା କରି କାଲିର ଘଟଣା କୋର୍ଟଙ୍କ ଦୃଷ୍ଟିକୁ ଆଣିବି ।

LEAVE A REPLY

Please enter your comment!
Please enter your name here