Spread the love

ମୁମ୍ବାଇ : ଚେନ୍ନାଇ ସୁପର କିଙ୍ଗ (ସି.ଏସ୍‌.କେ)ର ଖେଳାଳି ଦୀପକ ଚହର କରୋନା ସଂକ୍ରମିତ ଜଣା ପଡ଼ିବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଆଇ.ପି.ଏଲ୍‌ର ଚୂଡ଼ାନ୍ତ ଖେଳସୂଚୀକୁ ବି.ସି.ସି.ଆଇ ସାମୟିକ ସମୟ ପାଇଁ ସ୍ଥଗିତ ରଖିଛି । ଚେନ୍ନାଇ ସୁପର କିଙ୍ଗ ପକ୍ଷରୁ ଭାରତରେ ଅଭ୍ୟାସ କ୍ୟାମ୍ପର ଆୟୋଜନ କରାଯିବା କଥାକୁ ନେଇ ବି.ସି.ସି.ଆଇ ପକ୍ଷରୁ ଆପତ୍ତି ପ୍ରଦର୍ଶନ କରାଯାଇଥିଲା । ତେବେ ଧୋନୀଙ୍କ ସମେତ ବହୁ ଖେଳାଳି ଗତ ମାର୍ଚ୍ଚ ମାସ ପରଠାରୁ କୌଣସି ଖେଳ ଖେଳିନଥିବା ବେଳେ ସେମାନଙ୍କ ପାଇଁ ଏହି ଅଭ୍ୟାସ ମ୍ୟାଚ ଅତ୍ୟନ୍ତ ଜରୁରି ଥିଲା ବୋଲି ସି.ଏସ୍‌.କେ. ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କରୋନା ସଂକ୍ରମିତ ଦୀପକ ଚହର ୧୪ ଦିନ ପରେ ଦୁଇ ଥର ପରୀକ୍ଷାର ସାମ୍ନା କରିବେ । ସେଥିରେ ସେ ସଂକ୍ରମିତ ମୁକ୍ତ ଜଣାପଡ଼ିବା ପରେ ଖେଳିବାକୁ ଅନୁମତି ପାଇବେ ବୋଲି କୁହାଯାଇଛି । ତେବେ ସେ କେମିତି ଓ କେଉଁଠି ସଂକ୍ରମିତ ହେଲେ ତାହା ଜଣାପଡ଼ି ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here