Spread the love

ନୂଆଦିଲ୍ଲୀ: ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୧୩ । ଗୁରୁବାର ଆଇପିଏଲ ପାଇଁ ବିସିସିଆଇ ପକ୍ଷରୁ ଏସଓପି ଜାରି କରାଯାଇଛି । ଆଇପିଏଲ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ । ଆଇପିଏଲ ପୂର୍ବରୁ ବିସିସିଆଇ ସବୁ ଦଳ ପାଇଁ ସ୍ୱତନ୍ତ୍ର କରୋନା ଗାଇଡଲାଇନ ଜାରି କରିଛି । କରୋନା ଯୋଗୁ ଆଇପିଏଲ ସଂସ୍କରଣ ଭାରତରେ ନ ହୋଇ ୟୁଏଇରେ ଆୟୋଜନ କରାଯାଉଛି । ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଏହା ନଭେମ୍ବର ୧୦ ଯାଏ ଚାଲିବ । ସନ୍ଧ୍ୟାରେ ଥିବା ମ୍ୟାଚ ଭାରତୀୟ ସମୟ ୭.୩୦ ଓ ଅପରାହ୍ଣରେ ଥିବା ମ୍ୟାଚ ୩.୩୦ରେ ଆରମ୍ଭ ହେବ । ଅଗଷ୍ଟ ୨୬ ପରେ ଖେଳାଳିମାନଙ୍କୁ ସ୍ୱତନ୍ତ୍ର ବିମାନରେ ୟୁଏଇ ଯିବାକୁ ଅନୁମତି ମିଳିବ । ଗାଇଡଲାଇନ ଅନୁସାରେ ସମସ୍ତ ଖେଳାଳି ଓ ସର୍ପୋଟ ଷ୍ଟାଫ ବାଓ ସିକ୍ୟୁୟର ପରିବେଶ ବା ସୁରକ୍ଷା ବଳୟକୁ ଯିବା ପୂର୍ବରୁ ଅତିକମରେ ବାଧ୍ୟତାମୂଳକ ଭାବେ ୫ଥର କୋଭିଡ-୧୯ ପିସିଆର ଟେଷ୍ଟର ସମ୍ମୁଖୀନ ହେବେ । ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପ୍ରତି ୫ ଦିନରେ ଖେଳାଳିଙ୍କ କରୋନା ଟେଷ୍ଟ କରାଯିବ । ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କର ଶରୀରର ତାପାମାତ୍ରା ନିୟମିତ ଯାଞ୍ଚ ହେବ । ସେମାନେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ଦେବେ । ପ୍ରତି ଟିମ ପାଖରେ ସ୍ୱତନ୍ତ୍ର ଭାବେ ମେଡିକାଲ ଟିମ୍‌ ରହିବ । ଶରୀର ତାପମାତ୍ରା ସ୍ୱାଭାବିକ ଥିଲେ ହିଁ ଜଣେ ଖେଳାଳିଙ୍କୁ ପଡିଆ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଯଦି କୌଣସି ଖେଳାଳିଙ୍କ ତାପମାତ୍ରା ଅଧିକ ରହିବ କିମ୍ବା ସେ ସ୍ୱାସ୍ଥ୍ୟଗତ ସମସ୍ୟାରେ ଥିବେ ତେବେ ତାଙ୍କର କରୋନା ଟେଷ୍ଟ ହେବ । ଖେଳାଳିମାନେ ନିଜ କିଟ୍‌ରେ ଅଭ୍ୟାସ କରିବା ପରେ ଏଗୁଡିକୁ ଭଲ ଭାବେ ପ୍ୟାକ୍‌ କରିବେ ଓ ଗ୍ରାଉଣ୍ଡରେ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ସ୍ଥାନରେ ରଖିବେ । ଫଳରେ ଏହାକୁ ବିଶୋଧନ କରାଯାଇ ପାରିବ । ମ୍ୟାଚ ବେଳେ କୌଣସି ଖେଳାଳି ବଲ୍‌ରେ ଲାଳ ମାରିପାରିବେ ନାହିଁ । ମ୍ୟାଚ ସମୟରେ ଗ୍ରାଉଣ୍ଡ ବାହାରେ ଥିବା ଖେଳାଳି, ଅଧିକାରୀ ଓ ସର୍ପୋଟ ଷ୍ଟାଫ ମାସ୍କ ପିନ୍ଧିବାକୁ ବାଧ୍ୟ । ଡଗଆଉଟ୍ସରେ ଖେଳାଳିମାନେ ସାମାଜିକ ଦୁରତା ସହ ପ୍ରସ୍ତୁତ ହୋଇଥିବା ବେଞ୍ଚରେ ହିଁ ବସି ପାରିବେ । ମ୍ୟାଚ୍‌ ବେଳେ ବି ଖେଳାଳି ମାନେ ସାମାଜିକ ଦୁରତା ନିୟମକୁ ଯଥାସମ୍ଭବ ପାଳନ କରିବାକୁ କୁହାଯାଇଛି । ଟସ୍‌ ବେଳେ ଦୁଇ ଅଧିନାୟକ ପରସ୍ପରକୁ କାଗଜ ଦେବେ ନାହିଁ । ବୈଦ୍ୟୁତିକ ଯନ୍ତ୍ର ମାଧ୍ୟମରେ ଖେଳାଳି ଲିଷ୍ଟ ଅଦଳବଦଳ ହେବ । ମ୍ୟାଚ ଦିନ ଅଭ୍ୟାସ କରିବା ପରେ ଖେଳାଳିମାନେ ନିୟମିତ ହାତ ଧୋଇବେ । ଖେଳାଳିମାନେ ସେମାନଙ୍କ ମୁହଁକୁ ଛୁଇଁବେ ନାହିଁ । ଟସ୍‌ ବେଳେ କୌଣସି ମାସ୍କଟ ରହିବ ନାହିଁ । ଟସ୍‌ ବେଳେ ଦୁଇ ଅଧିନାୟକ ହାତ ମିଳାଇବେ ନାହିଁ । ଟିଭି କ୍ୟାମେରା ଅପରେଟର ଖେଳାଳିଙ୍କ ଠାରୁ ଦୂରରେ ରହିବେ । ଡ୍ରିଙ୍କ୍ସ ବ୍ରେକ ବେଳେ ପାଣି ନେଇ ଆସୁଥିବା ଦ୍ୱାଦଶ ଖେଳାଳି ଏହା ପୂର୍ବରୁ ଓ ପରେ ହାତ ଧୋଇବେ । ଡ୍ରିଙ୍କ୍ସ ବ୍ରେକ ପରେ ଓ ପୁର୍ବରୁ ପ୍ରତ୍ୟେକ ଖେଳାଳି ହାତ ସାନିଟାଇଜ କରିବେ । ଜଣେ ଖେଳାଳି ନିଜ ନାଁ ଲେଖାଯାଇଥିବା ବୋତଲରୁ ପାଣି ପିଇବେ ଓ ନିଜର ଟାୱେଲ ବ୍ୟବହାର କରିବେ । ଗୋଟିଏ ଟାୱେଲକୁ ବାରମ୍ବାର ବ୍ୟବହାର କରାଯିବ ନାହିଁ । ତେଣୁ ପର୍ଯ୍ୟାପ୍ତ ପରିମାଣର ଟାୱେଲ ରଖିବାକୁ କୁହାଯାଇଛି । ମ୍ୟାଚ୍‌ ପରେ ଦୁଇ ଦଳର ଖେଳାଳି ପରସ୍ପର ସହ ହାତ ମିଳାଇ ପାରିବେ ନାହିଁ । ଟ୍ରଫି ଓ ପୁରସ୍କାର ସମ୍ପର୍କିତ ଜିନିଷକୁ ଭଲ ଭାବେ ସାନିଟାଇଜ କରି ରଖାଯିବ । ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ କରାଯିବ । ଷ୍ଟାଡିୟମରେ ଭିତରେ ଥିବା ବାଥରୁମରେ ଖେଳାଳି, ସର୍ପୋଟ ଷ୍ଟାଫ କିମ୍ବା ଅନ୍ୟ ସଦସ୍ୟମାନେ ଗାଧୋଇ ପାରିବେ ନାହିଁ । ପ୍ରବେଶ ଓ ପ୍ରସ୍ଥାନ ସମୟରେ ଖେଳାଳିମାନେ ଏକାଠି ନ ଯିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here