Spread the love

ନୂଆଦିଲ୍ଲୀ: ମହିଳାଙ୍କ କରୋନା ରିପୋର୍ଟ ଏକମାସ ପରେ ପୁଣି ପଜେଟିଭ । ବାଙ୍ଗାଲୁରର ଜଣେ ୨୭ ବର୍ଷୀୟା ମହିଳାଙ୍କ କରୋନା ରିପୋର୍ଟ ଦ୍ବିତୀୟ ଥର ପାଇଁ ପଜେଟିଭ ଆସିଥିବା ଘଟଣା ସାମ୍ନାକୁ ଆସିଛି ।ସୂଚନା ଅନୁଯାୟୀ , ମହିଳା ଜଣଙ୍କ ଥଣ୍ଡା ,ଜ୍ବରରେ ପୀଡିତ ହେବା ପରେ ତାଙ୍କ କରୋନା ରିପୋର୍ଟ ପଜେଟିଭ ଆସିଥିଲା । ପରେ ଜୁଲାଇ ୭ ତାରିଖରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ପରେ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ଜୁଲାଇ ୨୫ ତାରିଖରେ ଘରକୁ ପଠାଇ ଦିଆଯାଇଥିଲା କିନ୍ତୁ ପୂର୍ଣ୍ଣର୍ବାର ତାଙ୍କୁ ଜ୍ବର ,ଥଣ୍ଡା ହେବାରୁ ସେ କରୋନା ଟେଷ୍ଟ କରାଇଥିଲେ ଓ ଅଗଷ୍ଟ ୨୫ ତାରିଖରେ ତାଙ୍କ କରୋନା ରିପୋର୍ଟ ପଜେଟିଭ ଆସିଥିଲା ।

LEAVE A REPLY

Please enter your comment!
Please enter your name here