Spread the love

ନୂଆଦିଲ୍ଲୀ
ଚୀନ ସହ ସୀମା ସ୍ଥିତି ନେଇ ଆଜି ରାଜ୍ୟସଭାରେ ବିବୃ୍‌ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି ଯେ ଚୀନ ସୀମା ସ୍ଥିତି ବଦଳାଇବାକୁ ଚାହୁଁଛି । ସେ ଏପ୍ରିଲ ମାସରୁ ସୀମାରେ ସାମରିକ ଶକ୍ତି ବୃଦ୍ଧି କରୁଛି । ସେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବଳରେ ଏଲଏସିର ସ୍ଥିତି ପରିବର୍ତ୍ତନ କରିବାକୁ ଚାହୁଁଛି । ବେଜିଂର କଥା ଏବଂ କାମ ମଧ୍ୟରେ ତାଳମେଳ ରହୁନି । ସବୁବେଳେ ବିଶ୍ୱାସଘାତକତା ଚୀନର ଚରିତ୍ର ରହିିଛି । ଏହି ସମୟରେ ସାଂସଦମାନେ ସତର୍କତାର ସହ ପଦକ୍ଷେପ ନେବା ଲାଗି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ଭାରତୀୟ ସୈନିକଙ୍କ ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ଶ୍ରୀ ସିଂହ ପୁଣି କହିଛନ୍ତି ଯେ ଚୀନ ଭାରତୀୟ ସୀମାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଏଯାଏଁ ସୀମା ନିର୍ଦ୍ଦିିଷ୍ଟ ଭାବେ ନିର୍ଧାରିତ ହୋଇନଥିବା ଚୀନ କହୁଛି । ଲଦାଖରେ ସେ ଭାରତର ୩୮ ହଜାର ସ୍କୋୟାର କିମି ଜାଗାରେ କବ୍ଚା କରିଛି । ସେ ୯୦ ହଜାର ବର୍ଗ କିମିକୁ ନିଜର ବୋଲି ଦାବି କରୁଛି । ଏଲଏସିରେ ଶାନ୍ତି ଏବଂ ସ୍ଥିରତା ଲାଗି ଦୁଇ ଦେଶ ଚୁକ୍ତି କରିଛନ୍ତି । କିନ୍ତୁ ସେଠାରେ ଅସ୍ଥିରତା ଦ୍ୱିପାକ୍ଷିକ ସମ୍ପର୍କରେ କୁପ୍ରଭାବ ପକାଇବ । ଚୀନ ବାରମ୍ବାର ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି । ଆମ ସେନା ତାହାକୁ ଦୃଢ ଜବାବ ଦେଉଛି । ଜୁନ ୧୫ରେ ଆମର ବାହାଦୁର ଯବାନ ତାହାକୁ ଉଚିତ ଜବାବ ଦେଇଛନ୍ତି । ଏଲଏସିରେ ଅସ୍ଥିରତାକୁ ଆମେ କଦାପି ବରଦାସ୍ତ କରିବୁନି । ଆମେ ମଧ୍ୟ ସୀମାରେ ସୈନଶକ୍ତି ବୃଦ୍ଧି କରିଛୁା ଗମନାଗମନ ତଥା ଅନ୍ୟାନ୍ୟ ସୁବିଧା ପାଇଁ ଉତ୍ତମ ରାସ୍ତାଘାଟ କରାଯାଇଛି । ଦେଶ ପାଇଁ କଠୋର ପଦକ୍ଷେପ ନେବାକୁ ଆମେ ପ୍ରସ୍ତୁତ ଅଛୁ । ଦେଶର ଅଖଣ୍ଡତା ରକ୍ଷା ଲାଗି ଆମେ ପ୍ରତିବଦ୍ଧ । ଆମେ ଦେଶର ମସ୍ତକକୁ କେବେ ନଇଁବାକୁ ଦେବୁ ନାହିଁ ବୋଲି ରାଜନାଥ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here