Spread the love

ନୂଆଦିଲ୍ଲୀ
ବିଶ୍ୱର ପ୍ରଥମ ଦେଶ ଭାରତ ଏକ ବିରଳ ରେକର୍ଡ କରିଛି । ଦେଶରୁ ରବିବାର ରେକର୍ଡ ୮୦୦୯୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ମାସର ସବୁଠାରୁ ଖରାପଦିନ ଭାବେ ରବିବାର ଏହି ରେକର୍ଡ ପ୍ରତିଷ୍ଠା ହୋଇଛି । ଗତ ସପ୍ତାହରେ କେବଳ ଯେ ମୃତ୍ୟୁସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇନାହିଁ ବରଂ ଏହା ଦ୍ୱିଗୁଣିତ ହୋଇଯାଇଛି । ରବିବାର ଏହା ୮୦ ହଜାର ଟପିବା ସହିତ ଶିଖର ଛୁଇଁଛି । ତେବେ ପରୀକ୍ଷା ବଢିବାରୁ ସଂକ୍ରମଣ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଅଗଷ୍ଟ ୯ ପରେ ଅଗଷ୍ଟ ୩୦ରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଗତ ସପ୍ତାହରେ ଦିନକୁ ଦିନ ଦ୍ୱିଗୁଣିତ ଭାବେ ବଢିବାରେ ଲାଗିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ସଂକ୍ରମଣ କିମିଥିବାବେଳେ ଶେଷ ସପ୍ତାହ ବେଳକୁ ଏହା ବଢି ବଢି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here