Spread the love

ମୁମ୍ବାଇ
ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ ଦହସିର(୪୦) ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଅଗଷ୍ଟ ୨ରେ ଆତ୍ମହତ୍ୟା କରିଥିଲେ । ସେ ନିଜ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଫେସବୁକରେ ଲାଇଭ ଆସିିଥିିଲେ । ସେ ଏଥିରେ ତାଙ୍କ ସହ ଧୋକା ହୋଇଥିବା ଏବଂ ଏବେ କାହା ଉପରେ ଭରଷା କରିପାରିବେ ନାହିଁ ବୋଲି କହିଥିଲେ । ଏଥିରେ କହିଥିଲେ ଯେ ଯଦି ଆପଣ କାହାକୁ ନିଜ ସମସ୍ୟା କହୁଛନ୍ତି ଏବଂ ତାଙ୍କୁ ଆତ୍ମହତ୍ୟା ବିଷୟରେ ଚିନ୍ତା କରୁଥିବା କୁହନ୍ତି ତେବେ ସେ ଆପଣଙ୍କର ଘନିଷ୍ଠ ବନ୍ଧୁ ହୋଇଥିଲେ ମଧ୍ୟ ତାଙ୍କ ଠାରୁ ଦୂରେଇ ରହିବାକୁ କହିବ । କାରଣ ସେ ଆପଣଙ୍କ ମୃତ୍ୟୁପରେ ସମସ୍ୟାରେ ନ ପଡିବାକୁ ଚାହିଁବ । ଏହା ସହିତ ସେ ଆପଣଙ୍କୁ ଅନ୍ୟ ସାମ୍ନାରେ ଅପମାନିତ କରିବ ଏବଂ ଥଟ୍ଟା କରିବ । ଏଥିପାଇଁ ନିଜ ସମସ୍ୟା ବିଷୟରେ କାହାକୁ କୁହନ୍ତୁ ନାହିିଁ ଏବଂ କାହାକୁ ନିଜ ବନ୍ଧୁ ଭାବନ୍ତୁ ନାହିଁ । ଏପରି ବ୍ୟକ୍ତି ହୁଅନ୍ତୁ ଯା ଉପରେ ସମସ୍ତେ ଭରଷା କରିବେ । କିନ୍ତୁ ଆପଣ କାହାକୁ ଭରଷା କରନ୍ତୁ ନାହିଁ । ମୁଁ ମୋ ଜୀବନରେ ଏହା ଶିଖିଛି । ଲୋକ ବହୁତ ସ୍ୱାର୍ଥୀ ହୋଇଥାନ୍ତି ଏବଂ ସେମାନେ କାହା ବିଷୟରେ କିଛି ଚିନ୍ତା କରନ୍ତି ନାହିଁ ।
ଭୋଜପୁରୀ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ଅନୁପମା ବିହାରର ପୂର୍ଣିଆ ଜିଲ୍ଲାର ବାସିନ୍ଦା । ସେ କାମ କରିବା ପାଇଁ ମୁମ୍ବାଇରେ ରହୁଥିଲେ । ତାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଅଭିଯୋଗ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ଏଥିରେ ଅଭିନେତ୍ରୀ ମଲାଡରେ ୱିସଡମ ପ୍ରଡ୍ୟୁସର ନାମକ କମ୍ପାନୀରେ ୧୦ ହଜାର ଟଙ୍କା ନିବେଶ କରିବା କଥା ଉଲ୍ଲେଖ କରିଛନ୍ତି । ୨୦୧୯ ଡିସେମ୍ବରରେ ଟଙ୍କା ଫେରାଇବାର ଶେଷ ତାରିଖ ଥିଲା । କିନ୍ତୁ ଏବେ ସୁଦ୍ଧା ତାଙ୍କୁ ଟଙ୍କା ମିଳିନାହିଁ । ସୁଇସାଇଡ ନୋଟରେ ସେ ଅଭିଯୋଗ କରିଛନ୍ତି ଯେ ମନୀଷ ଝା ନାମକ ଜଣେ ବ୍ୟକ୍ତି ଲକଡାଉନ ସମୟରେ ତାଙ୍କ ୨ଚକିଆ ଗାଡିକୁ ନିଜ ଘରକୁ ନେଇ ଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ତାହାକୁ ଫେରାଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here