Spread the love

ଭୁବନ: ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଣାୟତ ସ୍ଥିତିରେ ପହଞ୍ଚିଲାଣି । ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୯ ଥିବା ବେଳେ ସେଥିମଧ୍ୟରୁ ଭୁବନରୁ ୬ ଜଣ ରହିଛନ୍ତି । କିନ୍ତୁ ରବିବାର ଗୋଟିଏ ଦିନରେ ୨୯ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଭୁବନବାସୀ ଏବେ ଚିନ୍ତାରେ । ଏ ନେଇ ଭୁବନ ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ଭୁବନକୁ ୫ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ନିୟମ ନ ମାନିଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here