Spread the love

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଇ.ଆଇ.ଟି ଶେଷ ବର୍ଷ ଛାତ୍ର ଛାତ୍ରୀମାନେ ଅନ ଲାଇନରେ ପରୀକ୍ଷା ଦେବାକୁ ବିରୋଧ କରିଛନ୍ତି । ମୋଟ ୨୪୦ ଛାତ୍ରଛତ୍ରୀଙ୍କ ମଧ୍ୟରୁ ୬୫ ପ୍ରତିଶତ ଏଭଳି ପରୀକ୍ଷାକୁ ଘୋର ବିରୋଧ କରିଛନ୍ତି । ଏହି ଛାତ୍ରଛାତ୍ରୀମାନେ ଅନ ଲାଇନରେ ପରୀକ୍ଷା ଦେବାପାଇଁ ଆବଶ୍ୟକୀୟ ସରଞ୍ଜାମ ସେମାନେ ଯୋଗାଡ଼ କରିବାରେ ଅସମର୍ଥ ବୋଲି କତ୍ତ୍ୃପକ୍ଷଙ୍କୁ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ପରୀକ୍ଷା ଚଳିତ ଜୁନ ୨୪ ତାରିଖରୁ ଆରମ୍ଭ ହୋବକୁ ଧାର୍ଯ୍ୟ ହୋଇଥିଲା । ଏଭଳି ସ୍ଥିତିରେ ଦେଶର ଅନ୍ୟାନ୍ୟ ଆଇ.ଆଇ.ଟିରେ ଶେଷ ବର୍ଷ ପରୀକ୍ଷା କରାଯାଇ ନଯାଇ ଯେଭଳି ଭାବେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ କରାଯାଉଛି ସେହି ନିୟମ ଏଠାରେ ଲାଗୁ କରାଯିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here