Spread the love

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ଦାମୋଦର ଦାସ ମୋଦିଙ୍କ ଦ୍ୱାରା ଆଜି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୂଜନ ଓ ଶିଳାନ୍ୟାସ ଶେଷ ହୋଇଛି । ଏଥିପାଇଁ ଆୟୋଜିତ ଉତ୍ସବରେ ମାତ୍ର ୧୭୫ ଜଣ ଅତିଥି ଯୋଗ ଦେଇଥିଲେ । ଉତ୍ସବ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ମାତ୍ର ୫ ଜଣ ଅତିଥି ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ଓ ରାମ ଜନ୍ମଭୂମୀ ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ ମଞ୍ଚରେ ଉପସ୍ଥିତ ଥିଲେ । ମନ୍ଦିର ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଉତ୍ସବରେ ଯୋଗ ଦେଇଥିଲେ । ତେବେ ମନ୍ଦିର ଆନ୍ଦେଳନର ବିନ୍ଧାଣୀ ତଥା ପୂର୍ବତନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଉତ୍ସବରେ ଯୋଗ ଦେଇନଥିଲେ । ବୟସାଧିକ୍ୟ କାରଣରୁ ସେ ଉତ୍ସବରେ ଯୋଗ ଦେଇନଥିଲେ ।

LEAVE A REPLY

Please enter your comment!
Please enter your name here