Spread the love

ମୁମ୍ବାଇ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ବଲିଉଡ଼ ମେଗାଷ୍ଟାର ଅମିତାଭ ବଚନ । ଏ ସମ୍ପର୍କରେ ପୁତ୍ର ଅଭିଷେକ ଟ୍ୱିଟରରେ ସୁଚନା ଦେଇଛନ୍ତି । ଅମିତାଭଙ୍କ ସହ ପୁତ୍ର, ବୋହୁ ଐଶ୍ଚର୍ଯ୍ୟା ଓ ନାତୁଣି ଆରାଧ୍ୟା କରୋନାରେ ସଂକ୍ରମିତ ହୋଇ ନାନାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ପ୍ରଥମେ ଐଶ୍ଚର୍ଯ୍ୟା ଓ ଆରାଧ୍ୟା ସୁସ୍ଥ ହୋଇଥିଲେ । ଅମିତାଭଙ୍କର ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ତାଙ୍କ ପ୍ରଶଂସକ ମାନେ ଚିନ୍ତିତ ଥିଲେ । ଭଗବାନଙ୍କ କୃପାରୁ ବାପା ସୁସ୍ଥ ହେଲେ ବୋଲି ଅଭିଷେକ ଟ୍ୱିଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here