Spread the love

ପାଟନା
ବଲଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଛନ୍ତି ଯେ ସୁଶାନ୍ତଙ୍କ ପିତା ଦାବି କଲେ ସିବିଆଇ ତଦନ୍ତ ଲାଗି ସୁପାରିଶ କରିପାରିବୁ । ଏହା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇପାରେ । ଏବେ ତାଙ୍କ ମାମଲା ଆଧାରରେ ପୋଲିସ ଯାଞ୍ଚ କରୁଛି । ଏହି ଯାଞ୍ଚକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦର ପ୍ରଶ୍ନ ଉଠୁନାହିଁ । ରୁଜୁ ଏଫଆଇଆରର ଯାଞ୍ଚ କରିବା ପୋଲିସର କାମ । ମୁମ୍ବାଇ ପୋଲିସ ତଦନ୍ତରେ ସହଯୋଗ କରିବା ଉଚିତ । ବିହାରର ପୋଲିସକୁ ଯାଞ୍ଚରେ ସହଯୋଗ କରିବା ଆଇନଗତ କର୍ତ୍ତବ୍ୟ ।

LEAVE A REPLY

Please enter your comment!
Please enter your name here