Spread the love

ପାଟନା
ଏବେ ସିବିଆଇ ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାର ତଦନ୍ତ କରିବ । ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ ଏହା ହେଉଛି ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟ । ଏହା ଦେଶର ୧୩୦ କୋଟି ଲୋକଙ୍କ ବିଜୟ । ଏବେ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ସାମ୍ନାକୁ ଆସିବ । ସେ ରିୟା ଚକ୍ରବର୍ତ୍ତୀଙ୍କ ବୟାନବାଜିକୁ ନେଇ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ମନ୍ତବ୍ୟ ଦେବାର ଔକାତ ତାଙ୍କର ନାହିଁ । ଅପରପକ୍ଷେ ଏହା ଉପରେ ଶିବସେନା ନେତା ସଞ୍ଜଟ ରାଉତ କହିଛନ୍ତି ଯେ ସରକାରର ଯେଉଁମାନେ ଆଇନ ବିଷୟରେ ଜାଣିଥିବା ମୁମ୍ବାଇ ପୋଲିସ କମିଶନର ଏବଂ ଆମର ଆଡଭୋକେଟ ଜେନେରାଲ ଏ ବିଷୟରେ ଆଲୋଚନା କରିବେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ମୁଁ ମନ୍ତବ୍ୟ ଦେବା ଠିକ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here