Spread the love
ପାଟନା: ଅଣାୟତ କରୋନା । ଚିନ୍ତାରେ ଲୋକେ । କମିବା ବଦଳ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ମହାମାରୀ କରୋନା । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ  ଲକଡାଉନ ଅବଧି ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ବିହାର ସରକାର ସୂଚନା ଦେଇଛନ୍ତି ।ଏହାପୂର୍ବରୁ, ଲକଡାଉନ୍ ଅବଧି  ଅଗଷ୍ଟ  ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ  ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାତି ୧୦ ରୁ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ରାଜ୍ୟରେ କୌଣସି  ସପିଂ ମଲ୍ କିମ୍ବା ଧାର୍ମିକ ସ୍ଥଳ ଖୋଲାଯିବ ନାହିଁ। କଟକଣା ମଧ୍ୟରେ ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ହୋମ ଡେଲିଭରି ପାଇଁ ରେସ୍ତୋରାଁ ଗୁଡ଼ିକୁ ଅନୁମତି ଦିଆଯିବ। ସୂଚନା ଅନୁଯାୟୀ ,ବିହାରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬୧ ଜଣକ ମୃତ୍ୟୁ ହୋଇଛି ।ସେଭଳି ୭୨ହଜାର ରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧ ହଜାର ରୁ ଉର୍ଦ୍ଧ୍ବ ସକ୍ରିୟ କେସ ରହିଛି।

LEAVE A REPLY

Please enter your comment!
Please enter your name here