Spread the love

ମୁମ୍ବାଇ: ଆତ୍ମହତ୍ୟା କରିଥିବା ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ବିହାର ପୋଲିସ ଖୋଜି ପାଉନାହିଁ । ପାଟନାରେ ସୁଶାନ୍ତଙ୍କ ପିତା ରିୟାଙ୍କ ବିରୋଧରେ ଏତଲା ଦେବା ପରେ ବିହାରରୁ ପୋଲିସର ଏକ ଦଳ ମୁମ୍ବାଇରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ବିହାର ପୋଲିସ ସୁଶାନ୍ତଙ୍କ ଘେରୋଇ ସହାୟକଙ୍କ ସହ କିଛି ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି । ରିୟାଙ୍କୁ ଏଥିପାଇଁ ସମନ ମଧ୍ୟ ଜାରି କରାଯାଇଥିଲା । ତେବେ ବିହାର ପୋଲସି ମୁମ୍ବାଇରେ ପହଞ୍ଚିବା ପରଠାରୁ ରିୟାଙ୍କୁ ଆଉ ଦେଖିବାକୁ ମିଳୁନାହିଁ ମୁମ୍ବାଇରେ । ରିୟାଙ୍କୁ ବିହାର ପୋଲିସର ତଦନ୍ତକାରୀ ଦଳ ଖୋଜି ପାଉନାହିଁ ବୋଲି ଖୋଦ ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here