Spread the love

ଭଦ୍ରକ
ରାଜ୍ୟରେ କରୋନା ପ୍ରକୋପ ଥମିବାର ନାଁ ଧରୁନି । ସାଧାରଣ ଲୋକଙ୍କ ଠାରୁ ନେଇ ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କବଳିତ କରିିଛି । ବିଜେଡି ନେତା ମାନେ ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏବେ ଭଦ୍ରକର ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ ଟେଷ୍ଟ କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏବେ ମୋ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ମୁଁ ଘରେ ସଙ୍ଗରୋଧରେ ରହିଛି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବା ପାଇଁ ଏବଂ କରୋନା ଟେଷ୍ଟ କରାଇବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here