Spread the love

କୁଲଗାମ
ଦକ୍ଷିଣ କାଶ୍ମୀରର କୁଲଗାମରେ ବିଜେପି ନେତା ତଥା ସରପଞ୍ଚ ସଜାଦ ଅହମ୍ମଦ ଖାଣ୍ଡେଙ୍କୁ ନିଜ ଘର ନିକଟରେ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ କୁଲଗାମରୁ ୬୦ କିମି ଦୂର କାଜିଗଣ୍ଡର ଭେସୁରେ ବିଜେପି ନେତାଙ୍କୁ ଆତଙ୍କୀମାନେ ଅତି ନିକଟରୁ ଗୁଳି କରିଛନ୍ତି । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଅନନ୍ତନାଗର ଏକ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାର ୪୮ ଘଣ୍ଟାରୁ କମ ସମୟ ପୂର୍ବରୁ ବିଜେପିର ଜଣେ ପଞ୍ଚାୟତ ସଦସ୍ୟ ଆରିଫ ଅହମ୍ମଦ ଖାନଙ୍କୁ ଆତଙ୍କବାଦୀମାନେ କୁଲଗାମରେ ଗୁଳି ମାରିଥିଲେ । ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।

LEAVE A REPLY

Please enter your comment!
Please enter your name here