Spread the love

ମଣିପୁର : ମଣିପୁର ବିଧାନସଭାରେ ଏନ୍ ବିରେନ୍ ସିଂ ଙ୍କ ନେତୃତ୍ଵଧୀନ ବିଜେପି ସରକାର ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ବିଜୟ ଲାଭ କରିଛି । ବିଜେପି ସପକ୍ଷରେ ୨୮ଟି ଭୋଟ ପଡିଥିବା ବେଳେ ୧୬ଟି ବିପକ୍ଷରେ ଯାଇଛି। ଗତ କିଛିଦିନ ଧରି ମଣିପୁର ରାଜନୀତିକୁ ନେଇ ଲାଗିରହିଥିବା ବିବାଦୀୟ ପରିସ୍ଥିତିର ଆଜି ପତନ ଘଟିଛି । ସୂଚନାଯୋଗ୍ୟଯେ ,ଗତ କିଛିଦିନ ତଳେ ବିଜେପିର କିଛି ବିଧାୟକ କଂଗ୍ରେସରେ ଯୋଗଦେବାକୁ ନେଇ ରୀତିମତ ତର୍ଜମା ଚାଲିଥିଲା । ବିଜେପିର ତିନିଜଣ ବିଧାୟକ ଇସ୍ତପା ଦେଇ କଂଗ୍ରେସରେ ଯୋଗଦେବା ପରେ ଏହା ସଂଖ୍ୟା ଲଘୁ ସରକାରରେ ପରିଣତ ହୋଇଥିଲା । ଏଥିପାଇଁ ବିଜେପି କୁ ଆସ୍ଥା ଭୋଟର ସାମ୍ନା କରିବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here