Spread the love

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ କରାଇବାକୁ ବିଜେପି ବିଧାୟକ ନିରଜ କୁମାର ସିଂହ ବବଲୁ ଦାବି କରିଛନ୍ତି । ଏହି ମାମଲାକୁ ନେଇ ବି÷ହାର ଓ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ଏସପିଙ୍କୁ ସଙ୍ଗରୋଧରେ ରଖାଯିବାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ମୁମ୍ବାଇରେ ଡେରା ପକାଇଥିବା ବିହାର ପୋଲିସ ଏ ଯାବତ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଠାବ କରିବାରେ ସଫଳ ହୋଇନାହିଁ । ମୁମ୍ବାଇ ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁଛି ବୋଲି ମହାରାଷ୍ଟ୍ର ସରକାର ଦାବି କରୁଥିଲା ବେଳେ ତଦନ୍ତ ଏକତରଫା ଭାବେ ଚାଲିଛି ବୋଲି ବିହାର ସରକାର ଅଭିଯୋଗ କରିଛନ୍ତି । ଏହି ବିବାଦୀୟ ମାମଲାର ସିବିଆଇ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା ବେଳେ ମହାରାଷ୍ଟ୍ର ସରକାର ଏହି ଦାବିକୁ ଅଗ୍ରାହ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here